Latest Odisha News

ବଢିଲା ଦୈନିକ କୋଭିଡ୍ ସଂକ୍ରମଣ; ଶନିବାର ଗତ ୪ ମାସରେ ସର୍ବାଧିକ ସଂକ୍ରମିଚ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ଗତ ୪ ମାସରେ ସର୍ବାଧିକ। ସେହିଭଳି ଦିନକରେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ଜଣ ଲେଖାଏ ମୃତ୍ୟୁ ହୋଇଥିବା ବେଳେ କେରଳରେ ଦୁଇ ଜଣଙ୍କର ଜୀବନ ଯାଇଛି।

ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ବର୍ତ୍ତମାନ କରୋନା ସକ୍ରିୟ ସଂଖ୍ୟା ୫,୩୮୯କୁ ବୃଦ୍ଧି ପାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪.୪୬ କୋଟି(୪,୪୬,୯୪, ୩୪୯) ହୋଇଛି। ଶନିବାର ସକାଳ ୮ରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ଅପ୍‌ଡେଟ୍ କରାଯାଇଛି।

ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଗୁଜରାଟରେ ସର୍ବାଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକା ରହିଛି। ମୋଟ ସଂକ୍ରମଣରେ ସକ୍ରିୟ ହାର ୦.୦୧ ପ୍ରତିଶତ ରହିଥିବା ବେଳେ ସୁସ୍ଥ ହାର ୯୮.୮୦ ପ୍ରତିଶତ ରହିଛି।

Comments are closed.