Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ
ତା ୧୯-୦୪-୨୦୧୯ ଶୁକ୍ରବାର

ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୯ ତାରିଖ ଶୁକ୍ରବାର ମେଷ ୬ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି
ଚିତ୍ରା ନକ୍ଷତ୍ର କନ୍ୟା ଓ ତୁଳା ଚନ୍ଦ୍ର
ବିଛା,ଧନୁ,ମୀନ ରାଶିର ଘାତ ବାର
ଆଜି: ମତ୍ସ୍ୟ,ମାଂସ ଦ୍ରବ୍ୟ ଖାଇବା ନିଷେଧ
ମେଷ
ପ୍ରତ୍ୟେକଟି କାର‌୍ୟ୍ୟରେ ଆପଣଙ୍କୁ ସଫଳତା ମିଳିବ ।କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରି ଶେଷ ପର‌୍ୟ୍ୟାୟରେ ପହଞ୍ଚାଇବେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ସଭାସମିତି, ରାଜନୀତି, କଳା, ସାହିତ୍ୟ, ସଂଗଠନ କ୍ଷେତ୍ରରେ ସୁଫଳ ପାଇବେ।
ପ୍ରତିକାର:-ରାଶିତେଲର ଦୀପ ହନୁମାନଙ୍କ
ପାଖରେ ଜାଳନ୍ତୁ

ବୃଷ
ଆଜି ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ କଳା, ସାହିତ୍ୟ,ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିବ । କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ ।
ପ୍ରତିକାର:- ଓଁ ବୃ୍ଂ ବୃହସ୍ପତୟେ ତମଃ ୨୭ଥର ଜପ କରନ୍ତୁ
ମିଥୁନ
ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ ଦେଖାଦେବ । ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି। ସାମାଜିକ କ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।
ପ୍ରତିକାର:-ଏକବିଡା ଶାଗ ଗାଈକୁ ଖାଇ ବାକୁ ଦିଅନ୍ତୁ
କର୍କଟ
ଆଜି ଯଗିରଖି ଚଳନ୍ତୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ । ନିଜ ଜିଦ୍‌ରେ ଅଟଳ ରହିପାରନ୍ତି। ଗତକାଲି ଠାରୁ ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ । ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରରନ୍ତି।
ପ୍ରତିକାର:-ଧଳାରଙ୍ଗର ରୁମାଲଟିଏ ପାଖରେ
ରଖନ୍ତୁ
ସିଂହ
ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ । ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପରିବାରରେ ମନାନ୍ତର
ମତାନ୍ତର ଦେଖାଦେବ । ଆକସ୍ମିକ ଦୂରଯାତ୍ରା କରିପାରନ୍ତି।
ପ୍ରତିକାର:-କିଛି କଳା ସୋରିଷ ପାରାମାନଙ୍କୁ
ଖାଇବାକୁ ଦିଅନ୍ତୁ
କନ୍ୟା
ସ୍ବାସ୍ଥ୍ୟ ଭଲ ରହିବ । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ବରଂ ବିଶ୍ୱାସ କରି ଉପକୃତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ ।ବନ୍ଧୁମାନଙ୍କ
ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ପ୍ରତିକାର:-ଖଣ୍ଡେ ଅଦା ପାଖରେ ରଖି ଯାତ୍ରା
କରନ୍ତୁ
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ
କରି କାମ ହାସଲ କରିବେ । ବାଣିଜ୍ୟ ,ବ୍ୟବସାୟ, ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ । ସରକାରୀ ସ୍ତରରୁ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ । ଅପରାହ୍ନରେ ଖୁସୀ ଖବର ପାଇବେ।
ପ୍ରତିକାର:-ଗୁଡରୁଟି ଗାଈକୁ ଖାଇବାକୁ ଦିଅନ୍ତୁ
ବିଛା
ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟୁମତ୍ନମତିତା ଏବଂ ପ୍ରୟୋଗାମତ୍କ କୈାଶଳ କାରଣରୁ ଅସାଧ୍ୟ କାମ ଗୁଡିକୁ ସାଧନ କରିପାରିବେ । ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇଯିବ । କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ରହିଛି ।
ପ୍ରତିକାର:- ଯେକୌଣସି ଅସହାୟ ବ୍ୟକ୍ତିମାନଙ୍କୁ ଫଳ ଦାନ କରନ୍ତୁ
ଧନୁ
ନିଜ ଲୋକମାନେ ନିକଟରୁ କ୍ରମଶଃ ଦୂରେଇ ଯାଇ ପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ କିନ୍ତୁ କୈାଣସି କାମ ଅଟକିବ ନାହିଁ । ଇଚ୍ଚା ନ ଥିଲେ ମଧ୍ୟ ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରି ପାରିବେ ନାହିଁ ।
ପ୍ରତିକାର:-ହନୁମାନ ଚାଳିଶା ୧୧ଥର ପାଠ
କରନ୍ତୁ

ମକର
ଭୁଲ୍‌ବୁଝାମଣା ଜନିତ ହଠାତ୍‌ ବନ୍ଧୁଙ୍କ ବ୍ୟବହାରରେ ପରିବତ୍ତର୍ର୍ନ ହେତୁ ଦୁଃଶ୍ଚିନ୍ତା ବଢିଯାଇପାରେ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ସହକର୍ମୀଙ୍କୁ ବିଭିନ୍ନ ପ୍ରକାର ବିନୟପୂର୍ଣ୍ଣ କଥା କହିପାରନ୍ତି। ଆଜି କର୍ମକ୍ଷେତ୍ରରେ ଶେଷ ସମୟରେ ଆପଣଙ୍କ ପାଇଁ ବିଚାର ବଦଳି ଯାଇପାରେ ।
ପ୍ରତିକାର:-କିଛି ଲାଲ୍ ସିନ୍ଦୁର ଦୁର୍ଗାଙ୍କୁ ଅର୍ପଣ କରନ୍ତୁ
କୁମ୍ଭ
କର୍ମକ୍ଷେତ୍ରରେ କାମ ହାସଲ କରିବେ । ଅନ୍ୟମାନଙ୍କ ମନଗଢା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ।
ପ୍ରତିକାର:- ଓଁ ନମଃ ଭାବରେ ବାସୁଦେବାୟ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ
ମୀନ
ଭାବପ୍ର୍ରବଣତାରେ କାର‌୍ୟ୍ୟ କରନ୍ତୁ ନାହିଁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଅଜଣାବ୍ୟକ୍ତି ମିତ୍ରଭାବପୋଷଣ କରିପାରନ୍ତି।
ପ୍ରତିକାର:-ଦୁବଘାସ ଅରୁଆ ଚାଉଳ ଗାଈକୁ ଖାଇବାକୁ ଦିଅନ୍ତୁ

Leave A Reply

Your email address will not be published.