Latest Odisha News

BREAKING NEWS

ତାଳଚେର: ଦନ୍ତା ହାତୀ ଆକ୍ରମଣରେ ୫ ମୃତ

ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଗୁରୁବାର ଦିନ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଷଣ୍ଢ ଗ୍ରାମରେ ଦନ୍ତା ହାତୀ ପ୍ରବେଶ କରିଥିଲା । ପରେ ଉକ୍ତ ଗ୍ରାମର ଗୋଟିଏ ପରିବାରର ୩ ଜଣ ବାରଣ୍ଡାରେ ଶୋଇଥିବାବେଳେ ସେମାନେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ସେହିପରି ଅନ୍ୟ ଏକ ଘଟଣାରେ ସେହି ଗ୍ରାମର ସୁନିତା (୨୫) ନାମ୍ନୀ ଜନୈକ ମହିଳା ମଧ୍ୟ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ପରେ ଉକ୍ତ ହାତୀଟି ସନ୍ଥପଡା ଗ୍ରାମରେ ପଶିଥିବାବେଳେ ଉକ୍ତ ଗ୍ରାମର ଭ୍ରମରବର ସାମଲ(୭୦)ଙ୍କୁ ହାତୀଟି ଦଳିଦେଇଥିବା ସୂଚନା ମିଳିଛି ।

ତେବେ ଏହି ଘଟଣାରେ ଗ୍ରାମବାସୀମାନେ ଉତ୍ତେଜିତ ହୋଇ ଶୁକ୍ରବାର ସକାଳୁ ରାସ୍ତା ଅବରୋଧ କରିବା ସହ ପୀଡିତ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିବା ନେଇ ଜଣାପଡିଛି । ଆହୁରି ମଧ୍ୟ ବନବିଭାଗ ଓ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.