Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା୨୦-୦୭-୨୦୧୯ ଶନିବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୦ ରିଖ ଶନିବାର କର୍କଟ ୦୪ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର
ଘାତ ବାର-: ବୃଷ ସିଂହ କନ୍ୟା ରାଶିର
ଘାତ ଚନ୍ଦ୍ର-: ମିଥୁନ ଓ ମୀନ ରାଶିର
ଆଜି: ପୋଟଳ ଓ ମୂଳା ଖାଇବା ନିଷେଧ

ମେଷ : ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ ।ବନ୍ଧୁ ଦର୍ଶନର ସୁଯୋଗ ଅଛି ।ପୂର୍ବରୁ ଲାଗିଥିବା ମାଲିମକଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।

ବୃଷ : କର୍ମକ୍ଷେତ୍ରରେ ବାଧାବିଘ୍ନ ଦୂରେଇ ଯିବ ।ଉଚ୍ଚ କର୍ମକର୍ତ୍ତା ଆପଣଙ୍କ କାର‌୍ୟ୍ୟରେ ସନ୍ତୁଷ୍ଟ ହେବେ ।ବିଭିନ୍ନ ଦିଗରୁ ଅର୍ଥ ପାଇବେ ।ବ୍ୟବସାୟରେ ପୂର୍ବ ଅପେକ୍ଷା ଆଯ୍ତ ବୃଦ୍ଧି ଘଟିବ ।ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ପାଇବେ।

ମିଥୁନ : ଯଗି ରଖି ଚଳନ୍ତୁ ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ ।ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଦେଖା ଦେବ।ମହିଳାମାନେ ନିଜ ପରିବାରରେ ଅପମାନିତ ଓ ସମାଲୋଚିତ ହେବେ ।ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେବ

କର୍କଟ : ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ରାଜନୀତିଜ୍ଞମାନେ ସମାଲୋଚିତ ହୋଇପାରନ୍ତି ।କର୍ମ କ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବେ ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ ।

ସିଂହ: ପ୍ରତେକଟି କାର‌୍ୟ୍ୟରେ ସିଦ୍ଧି ଲାଭ କରିବେ ।ଦେହ ମନ ସୁସ୍ଥ ରହିବ ।ଗୁପ୍ତ ଶତୃମାନେ ପରାଜିତ ହେବେ ।ସ୍ଵାଦିଷ୍ଟ ଭୋଜନ ମିଳିବ ।କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର‌୍ୟ୍ୟାଦା ବୃଦ୍ଧି ପାଇବ ।

କନ୍ୟା : ପାରିବାରିକ ସମସ୍ୟା ସମାଧାନ ହୋଇଯିବ ।ପିଲାମାନଙ୍କ ଉନ୍ନତିରେ ଖୁସି ହେବେ ।ପଦୋନ୍ନତି ସହିତ ସ୍ଥାନାନ୍ତର ହୋଇପାରନ୍ତି ।ମହିଳାମାନେ ଗୃହ କାର‌୍ୟ୍ୟରେ ପ୍ରଶଂସନୀୟା ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।

ତୁଳା : ପାରିବାରିକ ଓ ଆର୍ଥିକ ଦୃଷ୍ଟିରୁ ଆଜି ଆପଣଙ୍କୁ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ସାହିତ୍ୟ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ଦେବ ଦର୍ଶନର ସୁଯୋଗ ରହିଛି ।

ବିଛା : ପରିବାରରେ ମନୋମାଳିନ ଦେଖା ଦେଇପାରେ । ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେଇପାରେ। ଘରେ ବାହାରେ ସବୁଠାରେ ଅପମାନିତ ସମାଲୋଚିତ ହୋଇପାରନ୍ତି । ଆଶା କରୁଥିବା ଦିଗରୁ ବିଫଳତା ଆଉ ହତାଶ ହେବେ ।

ଧନୁ: ଅଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ ।କୌଣସି ମହିଳା କିମ୍ବା ସ୍ତ୍ରୀ ଙ୍କ ପେରଣାରୁ ଉପକୃତ ହେବେ ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ।ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।ସ୍ଵାଦିଷ୍ଟ ଭୋଜନ ମିଳିବ ।

ମକର : ପୂର୍ବର ଅଶାନ୍ତି ଦୂରେଇ ଯିବ ।ଗୃହକୁ କୌଣସି ଆବଶ୍ୟକୀୟ ଉପକରଣ କ୍ରୟ କରିପାରନ୍ତି ।ଅଚାନକ ଧନ ଲାଭରଯୋଗ ରହିଛି ।କାର‌୍ୟ୍ୟ କ୍ଷେତ୍ରରେ ନୂତନ ନିଯୁକ୍ତି କିମ୍ବା ପଦୋନ୍ନତିର ଯୋଗ ରହିଛି ।ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ପାଇବେ ।

କୁମ୍ଭ: ଆଜି ଆପଣଙ୍କୁ ସଫଳତା ମିଳିବ ।ଘରୋଇ ସମସ୍ୟା ଦୂରେଇ ଯିବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ପାଇବେ ।ମହିଳାମାନେ ନିଜ ପରିବାରରେପ୍ରଶଂସନୀୟ ହେବେ । ସୁ ସ୍ବାଦୁ ଭୋଜନ ମିଳିବ ।

ମୀନ : ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେଇପାରେ ।ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।ସନ୍ତାନ ସନ୍ତତି ମାନଙ୍କ କାର‌୍ୟ୍ୟକୁ ନେଇ ବିଶାଦ ଗ୍ରସ୍ତ ହେବେ ।ଦୂର ଯାତ୍ରା କରନ୍ତୁ ନାହିଁ ଦୁର୍ଘଟଣା ଦେଖା ଦେଇପାରେ ।

Comments are closed.