Latest Odisha News

BREAKING NEWS

ଦକ୍ୟାଚ ଓଡିଶା: ଭଞ୍ଜ କଳା ମଣ୍ଡପରେ ଆୟୋଜିତ ହେବ ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବ ‘ଦଶରୂପକମ୍’

ଭୁବନେଶ୍ବର: ଦକ୍ୟାଚ ଓଡିଶା ଦ୍ବାରା ଓଡିଶାରେ ପ୍ରଥମ ଥର ପାଇଁ ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବ ‘ଦଶରୂପକମ୍’ ଆୟୋଜିତ ହେବାକୁ ଯାଉଛି । ଓଡିଶା ଇତିହାସରେ ସଂସ୍କୃତର ପ୍ରଚାର ପ୍ରସାର ପାଇଁ ଦକ୍ୟାଚ, ଓଡିଶାର ନାଟ୍ୟ ଏବଂ ଆଲୋଚନା ଚକ୍ର ଦ୍ବାରା ନୂଆ ପ୍ରୟାସ । ଏହି ତିନି ଦିନରେ ଦକ୍ୟାଚ, ଭୁବନେଶ୍ବର ସ୍ଥିତ ଭଞ୍ଜ କଳା ମଣ୍ଡପରେ ସଂସ୍କୃତ ନାଟ୍ୟ କରାଇବା ସହ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଭିନ୍ନ ଆଲୋଚନା ଚକ୍ର ମଧ୍ୟ କରିବ ।

ରାଜ୍ୟର ବିଶିଷ୍ଟ ଓ ବରିଷ୍ଠ ସଂସ୍କୃତ ବ୍ୟକ୍ତିତ୍ବ ଏହି ଆଲୋଚନା ଚକ୍ରରେ ଭାଗ ନେଇ ଲୁପ୍ତ ପ୍ରାୟ ସଂସ୍କୃତ ଭାଷାକୁ ସମାଜରେ ପୁନଋ ପ୍ରତିଷ୍ଠା ସହ ଆମର ସଂସ୍କାର, ସଂସ୍କୃତି ଓ ସୃଜନଶୀଳତା ଉପରେ ଆଲୋକପାତ କରିବେ । ଉକ୍ତ ତିନି ଦିନରେ ଓଡିଶା ରୁ ଓ ଓଡିଶା ବାହାରୁ ଆସୁଥିବା ନାଟ୍ୟ ଗୋଷ୍ଠୀ ଦ୍ବାରା ଚାରି ଗୋଟି ସଂସ୍କୃତ ନାଚ୍ୟ ମଞ୍ଚସ୍ଥ ହେବ ।

ଏହାର ସଂଳାପ ସମ୍ପୂର୍ଣ୍ଣ ସଂସ୍କୃତରେ ହେବା ସହ ଏହା ଆଜିର ସମାଜ ପାଇଁ ମଧ୍ୟ ବିଶେଷ ସମ୍ବାଦ ହେବ । ଏହି ପ୍ରରିପେକ୍ଷୀରେ ତିନି ଜଣଙ୍କୁ ପ୍ରିଣ୍ଟ ମିଡିଆ ଓ ତିନି ଜଣଙ୍କୁ ଇଲୋକ୍ଟ୍ରୋନିକ ମିଡିଆର ସାମ୍ବାଦିକଙ୍କୁ ‘ସଂସ୍କୃତ ସାରଥୀ’ ସମ୍ମାନରେ ସମ୍ମାନୀତ କରାଯିବ ।

ଏହା ବ୍ୟତୀତ ସଂସ୍କୃତ ନାଟ୍ୟ ପାଇଁ ଉତ୍ସାହ ଦେଖାଇ ନାଟ୍ୟ ପ୍ରସ୍ତୁତ କରିଥିବା ବ୍ୟକ୍ତିତ୍ବଙ୍କୁ ସୂତ୍ରଧାର ସମ୍ମାନରେ ସମ୍ମାନୀତ କରାଯିବ । ଏହି ଉତ୍ସବରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପ୍ରେରଣା ପାଇଁ ସେମାନଙ୍କୁ ବିଶେଷ ନିମନ୍ତ୍ରଣ କରାଯିବ । ସେମାନେ ସଂସ୍କୃତକୁ କିପରି ନିଜର ଜୀବୀକା ବନାଇପାରିବେ ସେନେଇ ସେମାନେ ବରିଷ୍ଠ ସଂସ୍କୃତ ବିଦ୍ୟାନମାନଙ୍କ ସହ ଆଲୋଚନା କରିପାରିବେ ।

ଦକ୍ୟାଚ ଓଡିଶାର ମହୋତ୍ସବ ଦଶରୂପକମ ରେ ମଞ୍ଚସ୍ଥ ହେବାକୁ ଥିବା ନାଟକ ଗୁଡିକ କବି ଭାଶଙ୍କ ରଚିତ କର୍ଣ୍ଣ ଭରମ୍, ପଣ୍ଡିତ ଗୋବିନ୍ଦ ମିଶ୍ରଙ୍କ ରଚିତ ଜାତି ଜୀବନମ୍, ଆଦି ବିଖ୍ୟାତ ବିଷୟ ବସ୍ତୁକୁ ନେଇ ହେବ ଯାହାକି ଆମ ସମାଜ ପାଇଁ ଏହାର ସମ୍ବାଦ ଅତ୍ୟନ୍ତ ଉପଯୋଗୀ ରହିବ ।

ସୂଚନାଯୋଗ୍ୟ, ଦକ୍ୟାଚ ଓଡିଶା 12 ବର୍ଷାର ପୁରୁଣା ଅନୁଷ୍ଠାନ । ଏହା ସମାଜରେ ଅନ୍ୟାନ୍ୟ ସେବା ମୂଳକ କାର୍ଯ୍ୟ ସହ ନାଟ୍ୟ ମାଧ୍ୟମରେ ବିଶେଷ ଜାଗରୁକତା ସୃଷ୍ଟି କରିବାରେ ସର୍ବଦା ଚେଷ୍ଟିତ । ଦକ୍ୟାଚ ଓଡିଶା ରାଜ୍ୟର ବଳିଷ୍ଠ ଲୋକକଳାକୁ ନିଜ ନାଟ୍ୟ ମଧ୍ୟରେ ପ୍ରୟୋଗ କରି ତାହାର ଐତିହ୍ୟକୁ ସବୁଜ ରଖିବାରେ ଏକ ଅଗ୍ରଣୀ ଅନୁଷ୍ଠାନ ।

Leave A Reply

Your email address will not be published.