ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହୋଇଛି । ଭିଡିଓରେ ସେ ଜଣେ ଶିଶୁଙ୍କୁ ସ୍ନେହରେ ଚୁମ୍ବନ ଦେବା ପରେ ଜିଭ ଦେଖାଇ ପୁନର୍ବାର ଶିଶୁଙ୍କ ଆଡକୁ ମୁହଁ ନେଉଛନ୍ତି । ଜଣେ ଧର୍ମଗୁରୁଙ୍କ ଏ ଭଳି ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହି ଭିଡଓରେ ସତ୍ୟତା ପୃଷ୍ଟି ହୋଇ ନାହିଁ କିମ୍ବା ଦଲାଇ ଲାମାଙ୍କ ସଂଗଠନ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସି ନାହିଁ । ଏହି ଭିଡିଓକୁ ଶେୟାର କରିଥିବା ଜୁଷ୍ଟ ବ୍ରୁକର୍ସ ଲେଖିଛନ୍ତି, ଦଲାଇ ଲାମା ଜଣେ ଭାରତୀୟ ଶିଶୁଙ୍କୁ ଚୁମ୍ବନ ଦେଉଛନ୍ତି, ତେବେ ସେ ଏ ଭଳି କାର୍ଯ୍ୟ କାହିଁକି କରୁଛନ୍ତି ।
ଏପରିକି ସୋସିଆଲ ମିଡିଆରେ କେତେକ ୟୁଜର୍ସ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି । ଦଲାଇ ଲାମା ଚୁମ୍ବନ ଦେବା ବେଳେ ପାଖରେ ଥିବା ଅନ୍ୟ ସାଧୁମାନେ ହସୁଥିବା ଦେଖିବାକୁ ମିଳୁଛି ।
Comments are closed.