ଭୁବନେଶ୍ୱର: ଘୋଷଣା ହୋଇଛି ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୨୦୨୨ରେ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ପୁରସ୍କାର ମିଳିଛି। ଜାତୀୟ ପୁରସ୍କାର ମିଳିବା ପରେ ଓଡ଼ିଆ ସିନେ ଜଗତ ସହ ଦମନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l ଏହି ସିନେମାର ଓଡ଼ିଶାରେ ଚିରାଚରିତ କାହାଣୀର ଧାରାକୁ ବଦଳାଇ ଦେଇଛି। ସେପଟେ ପୁରସ୍କାର ମିଳିବ ପରେ ଚାରିଆଡୁ ଟିମକୁ ଶୁଭେଚ୍ଛାର ସୁଅ ଛୁଟୁଛି l ମାଲକାନଗିରିର ଅପନ୍ତରା ରାଇଜରେ ଘଟିଥିବା ଏକ ସତ୍ୟ ଘଟଣା ପୁରା ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଆଗ ଧାଡିକୁ ଆଣିବାରେ ସଫଳ ହୋଇଛି l
ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଦମନ ୨୦୨୨ ମସିହା ନଭେମ୍ବର ୪ ତାରିଖରେ ସାରା ରାଜ୍ୟରେ ମୁକ୍ତିଲାଭ କରିଥିଲା l ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ବାବୁଶାନ ମହାନ୍ତି ଓ ଦୀପନ୍ୱିତ ଦାଶମହାପାତ୍ର l ଦିପେନ୍ଦ୍ର ସାମଲ ଏହାର ପ୍ରଯୋଜକ ଥିଲେ । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରବ ଆନନ୍ଦ । ଜେପି ୱାର୍ଡ଼ସ୍ମିଥ ଓ ବାପୁ ଗୋସ୍ୱାମୀ ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିବା ବେଳେ ଋତୁରାଜ ମହାନ୍ତି, ବାବୁଶାନ୍, ଅନୁରାଗ ଦାସ, ଗୌରବ ଆନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
ମାଲକାନାଗିରିର ଚିତ୍ରକୋଣ୍ଡା ପାଖ ବିଚ୍ଛିନ୍ନାଞ୍ଚଳରେ ମ୍ୟାଲେରିଆ ରୋଗ ଦମନ ପାଇଁ ଏକ ଯୁବ ଡାକ୍ତରଙ୍କର ପ୍ରୟାସକୁ ଏହି କଥାଚିତ୍ରରେ ଦର୍ଶାଯାଇଥିଲା l ଓଡ଼ିଶା ସରକାରଙ୍କର ମ୍ୟାଲେରିଆ ରୋଗ ନିରାକରଣ କରିବା ଲକ୍ଷ୍ୟରେ “ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ” ନାମକ ଯୋଜନା କରାଯାଇଥିଲା । ଏହି ଯୋଜନାର ନାମ ଅନୁସାରେ କଥାଚିତ୍ରଟିର ନାଁ, ଦମନ ରଖାଯାଇଥିଲା l ଅନ୍ୟପଟେ ଦମନ ମୁକ୍ତିଲାଭ କରିବାର କିଛି ଘଣ୍ଟା ପରେ ୟୁଟ୍ୟୁବରେ ଏହାର ଭିଡିଓ ପ୍ରଚାରିତ ହେବାରୁ ଚଳଚ୍ଚିତ୍ରର ପ୍ରଯୋଜନା ଦଳ ଥାନାରେ ଅଭିଯୋଗ କରିଥିଲେ । ସେପଟେ କିନ୍ତୁ ଦମନର ସଫଳତା ପରେ ଲୋକସେବା ଭାବନାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ବସି ଚଳଚ୍ଚିତ୍ର ଦେଖିଥିଲେ l ଏପରିକି ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ସାରା ରାଜ୍ୟରେ ଟିକସ ମୁକ୍ତ କରିଥିଲେ ସରକାର l
BREAKING NEWS
- ମମତା ବାନାର୍ଜୀଙ୍କ ଫୋର୍ଟ ୱିଲିୟମ ବୟାନ; ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କଲା ସେନା
- ଈଶାନ କିଶାନ ଖେଳିବା ନେଇ ସୂଚନା ଦେଲେ ସୂର୍ଯ୍ୟକୁମାର
- AIIMS New Delhi: ୧୩ ମାସରେ ହଜାରରୁ ଅଧିକ ରୋବୋଟିକ୍ ଅସ୍ତ୍ରୋପଚାର…ଦିଲ୍ଲୀ AIIMSର ଇତିହାସ ସୃଷ୍ଟି
- ଟ୍ରମ୍ପ ଆମେରିକାର ସବୁଠୁ ବଡ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି; କାହିଁକି ଏଭଳି କହିଲେ ବ୍ରିଟିଶ ସାଂସଦ
- ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କ କାର୍ଯ୍ୟକ୍ରମ ବାତିଲ; ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲା ବିଜେଡି
- ଲଭ ଆଣ୍ଡ ୱାର: ଲିକ ହେଲା ରଣବୀର-ଆଲିଆଙ୍କ ଲୁକ
- ରାଉରକେଲା ବିମାନ ଦୁର୍ଘଟଣା; ସୁସ୍ଥ ହୋଇ ଘରକୁ ଫେରିଲେ ପାଇଲଟ
- Jatra actor piyush: କୋର୍ଟ ଦେଲେ ଅନୁମତି, ପୁଣି ମଞ୍ଚରେ ଦମ ଦେଖାଇବେ ପୀୟୂଷ
- ସାବରିମାଳା ମନ୍ଦିର ସୁନା ଚୋରି ମାମଲା; ୨୧ ସ୍ଥାନରେ ଇଡି ରେଡ୍
- ରାଜଧାନୀରେ ଚାଞ୍ଚଲ୍ୟ, ପାର୍କିଂ ପାଇଁ ମନା କରିବାରୁ ନିର୍ଦ୍ଧୁମ ପିଟିଲେ
Comments are closed.