Latest Odisha News

BREAKING NEWS

ପୁଣି ବିଜେଡିକୁ ଫେରିପାରନ୍ତି ଦାମ !

ଭୁବନେଶ୍ୱର : ପାରଦ୍ୱୀପର ନବନିଯୁକ୍ତ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଯଦି ଦଳ ସୁପ୍ରିମୋ ଚାହିଁବେ ତେବେ ବାପା ପୁନର୍ବାର ବିଜୁ ଜନତା ଦଳକୁ ଫେରିବେ ।

“ମୋ ବାପା ଜଣେ ପରିପକ୍ୱ ନେତା, ସେ କୌଣସି ବର୍ଜନୀୟ ବ୍ୟକ୍ତି ବିଶେଷ ନୁହଁନ୍ତି । ମୁଁ ବ୍ୟକ୍ତିଗତ ଭାବେ ଅନୁଭବ କରୁଛି ଯେ ବାପା ବିଜେପିରେ ଯୋଗ ଦେଇ ଖୁସି ନୁହଁନ୍ତି” ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସମ୍ବିତ୍ କହିଛନ୍ତି ।

ଦାମ ରାଉତ ବିଜେଡିକୁ ଫେରିବା ନେଇ ଏକ ପ୍ରଶ୍ନର ଉତ୍ତରରେ ସମ୍ବିତ କହିଛନ୍ତି, ରାଜନୀତିରେ କିଛି ଅସମ୍ଭବ ନୁହେଁ । ପାର୍ଟି ସୁପ୍ରିମୋ ଚାହିଁଲେ ବାପା ପୁନଶ୍ଚ ବିଜେଡିରେ ଯୋଗଦେବେ ।

ବିଧାନସଭା ନିର୍ବାଚନରେ ଦାମଙ୍କ ପରାଜୟ ସମ୍ପର୍କରେ ସେ କହିଛନ୍ତି ଯେ ଦାମୋଦର ରାଉତ ଜନତା ଦଳରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତେବେ ଦାମଙ୍କ ବିଜେପିରେ ଯୋଗଦେବାକୁ ଜନସାଧାରଣ ନାପସନ୍ଦ କରିଛନ୍ତି ବୋଲି ସମ୍ବିତ କହିଛନ୍ତି ।

Leave A Reply

Your email address will not be published.