Latest Odisha News

BREAKING NEWS

କାଳିଆ ଯୋଜନା ଲାଗି ଅଧିକ ୩,୨୩୪ କୋଟି ଟଙ୍କା ବିନିଯୋଗ କରିବେ ଓଡିଶା ସରକାର

ଭୁବନେଶ୍ୱର : ଓଡିଶା ସରକାର ୨୦୧୯-୨୦ ବର୍ଷ ଲାଗି କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନାରେ ଅତିରିକ୍ତ ୩,୨୩୪ କୋଟି ଟଙ୍କା ବିନିଯୋଗ କରିବା ପାଇଁ ଶୁକ୍ରବାର ଦିନ ନିଷ୍ପତ୍ତି ନେଇଛନ୍ତି ।

ଏହି ଯୋଜନାରେ ଓଡିଶାର ପାଖାପାଖି ୩୨.୩୪ ଲକ୍ଷ ଅତିରିକ୍ତ ହିତାଧିକାରୀଙ୍କୁ ସାମିଲ କରିବା ଲାଗି ମେ’ ୨୯ ତାରିଖରେ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା । ଯାହାଫଳରେ କାଳିଆ ଯୋଜନାରୁ ଜଣେ ବି ବ୍ୟକ୍ତି ବାଦ୍ ପଡିବେ ନାହିଁ ।

ଏଥିରେ କ୍ଷୁଦ୍ର, ନାମମାତ୍ର, ଭାଗ ଚାଷୀ ଏବଂ ଭୂମିହୀନ ଚାଷୀ ମଧ୍ୟ ସାମିଲ ହୋଇ ଲାଭବାନ ହୋଇପାରିବେ ।

ଏହି ଯୋଜନାରେ ମୋଟ୍ ୭୫ ଲକ୍ଷ କୃଷକଙ୍କ ମଧ୍ୟରୁ ୫୦ ଲକ୍ଷ କ୍ଷୁଦ୍ର, ନାମମାତ୍ର, ଭାଗ ଚାଷୀ (ପ୍ରକୃତ ଚାଷୀ)ଏବଂ ୨୫ ଲକ୍ଷ ଭୂମିହୀନ ଚାଷୀ ପରିବାର ମଧ୍ୟ କାଳିଆ ଯୋଜନାରେ ଉପକୃତ ହେବେ ।

Leave A Reply

Your email address will not be published.