Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନେଇ ଦାମଙ୍କ ଦୃଢ ବିରୋଧ, ଛେରା ପହଁରା ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ କଡ଼ା ସମାଲୋଚନା

ଭୁବନେଶ୍ୱର : ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନେଇ ସୁପ୍ରିମ କୋର୍ଟ ଦେଇଥିବା ପ୍ରସ୍ତାବକୁ ଦୃଢ ଭାବେ ବିରୋଧ କରିଛନ୍ତି ବରିଷ୍ଠ ବିଡ଼େଡ଼ି ନେତା ଦାମୋଦର ରାଉତ ।
“ ହଜାର ହଜାର ବର୍ଷର ପରମ୍ପରାକୁ ଭାଙ୍ଗିବାର କ’ଣ ଆବଶ୍ୟକତା ରହିଛି? ଏହି ପାରମ୍ପରିକ ରୀତିନୀତି ଦେଶରେ ପାର୍ଲିଆମେଣ୍ଟ ବା ସମ୍ବିଧାନ ନଥିବା ଦିନରୁ ହିଁ ଚଳି ଆସିଛି । ଯେତେବେଳେ ହିନ୍ଦୁମାନଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ ନିଷେଧ ରହିଛି, ତେବେ ଅଣହିନ୍ଦୁଙ୍କୁ କାହିଁକି ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ସୁଯୋଗ ଦିଆଯିବ? ” ଦାମୋଦର ମଙ୍ଗଳବାର ଦିନ ଗଣମାଧ୍ୟମକୁ କହିଛନ୍ତି ।

ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ‘ଛେରା ପହଁରା’ କୁ ‘ସ୍ୱଚ୍ଛ ଭାରତ’ ସହ ତୁଳନା କରିବା ପ୍ରସଙ୍ଗରେ ମଧ୍ୟ ଦାମ ଧର୍ମେନ୍ଦ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

“ଏସବୁ ଧର୍ମେନ୍ଦ୍ରଙ୍କ ନିଜ ଅହଙ୍କାର ଛଡ଼ା ଆଉ କିଛି ନୁହେଁ । ପୂର୍ବରୁ ମୋଦିଙ୍କ ନବକଳେବର ପୁରୀରେ ହେବ ବୋଲି ଧର୍ମେନ୍ଦ୍ର କହିଥିଲେ । ଏସବୁ ଅହଙ୍କାରକୁ ଜଗନ୍ନାଥ ସହ୍ୟ କରିବେ ନାହିଁ,” ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ଦାମୋଦର ରାଉତ ।

Leave A Reply

Your email address will not be published.