Latest Odisha News

ଗୁରୁପ୍ରୀୟା ସେତୁକୁ ବିରୋଧ କରି ମାଓବାଦୀଙ୍କ ବନ୍ଦ ଡ଼ାକରା

ମାଲକାନଗିରି : ଗୁରୁପ୍ରୀୟା ସେତୁ ଓ ଆନ୍ଧ୍ରପଦେଶର ପୋଲାଭରମ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ମାଓବାଦୀମାନେ ଆସନ୍ତା ଜୁଲାଇ ୨୦ ତାରିଖରେ ମାଲକାନଗିରି ବନ୍ଦ ଡ଼ାକରା ଦେଇଛନ୍ତି ।

ମାଲକାନଗିରି ଜିଲ୍ଲାରେ ଚିତ୍ରକୋଣ୍ଡାରେ ନବନିର୍ମିତ ଗୁରୁପ୍ରୀୟା ସେତୁର ଉଦଘାଟନକୁ ବିରୋଧ କରି ବିଭିନ୍ନ ମାଓ ପୋଷ୍ଟର ଦ୍ୱାରା ବନ୍ଦ ଡ଼ାକରା ଦେଇଛନ୍ତି ମାଓବାଦୀ । ପୋଲିସ ଦ୍ୱାରା ଜବତ ହୋଇଥିବା ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନରରେ ସିପିଆଇ (ମାଓବାଦୀ)ମାଲକାନଗିରି-କୋରାପୁଟ-ବିଶାଖାପାଟଣା ବୋର୍ଡ଼ର ଡ଼ିଭିଜନାଲ କମିଟି ତରଫରୁ ଡ଼ାକରା ଦିଆଯାଇଥିବା ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ ଆସନ୍ତା ଜୁଲାଇ ୧୮ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ସେତୁ ଉଦଘାଟନ ହେବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା, କିନ୍ତୁ ସମଗ୍ର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସେତୁ ଉଦଘାଟନ କାର୍ଯ୍ୟକ୍ରମ ସ୍ଥଗିତ ରହି ବର୍ଷା ପରେ ଉଦଘାଟନ ତାରିଖ ଘୋଷଣା ହେବାକୁ ସ୍ଥାନୀୟ ପ୍ରଶାସନ ଜଣାଇଥିଲେ ।

ସେତୁ ଦ୍ୱାରା ସ୍ଥାନୀୟ ଲୋକମାନଙ୍କର କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ଜବତ ପୋଷ୍ଟରରେ ଉଲ୍ଲେଖ ରହିଛି । ରାଜ୍ୟ ସରକାର ଏହି ସେତୁ ମାଧ୍ୟମେରେ ଏଠାରୁ ଖଣିଜ ପଦାର୍ଥ ବିଦେଶ କମ୍ପାନୀକୁ ରପ୍ତାନୀ କରିବାର ଯୋଜନା ରଖିଛନ୍ତି । “ଆମେ ଏହି ସେତୁ ଉଦଘାଟନକୁ ଦୃଢ ବିରୋଧ କରୁଛୁ, ସେତୁଟି ଜିଲ୍ଲାରୁ ବକ୍ସାଇଟ୍ ଚାଲାଣ ହେବ ବୋଲି ଆମେ ଏହାର ଘୋର ବିରୋଧ କରୁଛୁ,” ବୋଲି ଜବତ ହୋଇଥିବା ମାଓବାଦୀ ପୋଷ୍ଟରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.