Latest Odisha News

BREAKING NEWS

ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବନକଲାଗି ନୀତି: ରାତି ୮ଟାରୁ ଦର୍ଶନ ବନ୍ଦ, ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢା

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜି ଆଡ଼ପମଣ୍ଡପରେ ଅନୁଷ୍ଠିତ ହେଉଥିବା ବନକଲାଗି ନୀତି ହେଉଛି । ଭକ୍ତମାନେ ସାହାଣମେଲା ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି ।

ଆଡ଼ପମଣ୍ଡମରେ ସମସ୍ତ ସକାଳ ନୀତି ସୂଚାରୁରୂପେ ଚାଲିଛି । ଇତିମଧ୍ୟରେ ଭୋର୍ ୫ଟା ସମୟରେ ମଙ୍ଗଳଆଳତୀ, ସକାଳ ୬:୩୦ରେ ମଇଲମ ଓ ତଡ଼ପଲାଗି, ସକାଳ ୭ଟାରେ ଅବକାଶ ନୀତି ସମାପ୍ତ ହୋଇଛି ।

ହଜାର ହଜାର ଶ୍ରଦ୍ଧାଳୁମାନେ ସାହାଣମେଲା ଦର୍ଶନ କରିଛନ୍ତି । ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଭୋଗମଣ୍ଡପ ନୀତି ସମାପ୍ତ ହେବ । ଭୋଗମଣ୍ଡପ ନୀତି ଶେଷ ହେବା ପରେ ପରେ ହିଁ ବନକଲାଗି ନୀତି ଆରମ୍ଭ ହେବ । ତେଣୁକରି ମଙ୍ଗଳବାର ରାତି ୮ଟାରୁ ହିଁ ବନକଲାଗି ସମାପ୍ତ ହେବା ପର୍ଯ୍ୟନ୍ତ ଭକ୍ତମାନଙ୍କ ଦର୍ଶନ ନିଷେଧ ରହିଛି । ଏହି ବନକଲାଗି ନୀତି ପ୍ରାୟ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜଣା ପଡ଼ିଛି ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉମାନଙ୍କ ଲାଗି ପ୍ରସ୍ତୁତ ହେବ ଆଡ଼ପ ଭୋଗ । ଭକ୍ତମାନେ ମଧ୍ୟ ଆଜିଠୁ ମହାପ୍ରଭୁଙ୍କ ଏହି ଆଡ଼ପ ଅବଢା ପାଇପାରିବେ । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.