Latest Odisha News

ପୁଣି ଠକେଇ, ନୃତ୍ୟଶିଳ୍ପୀଙ୍କଠାରୁ ୩.୪ ଲକ୍ଷ ଟଙ୍କା ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ଠକେଇ । ଜଣେ ମହିଳା କୋରିଓ ଗ୍ରାଫର କିଛି ନୃତ୍ୟଶିଳ୍ପୀ ମାନଙ୍କଠାରୁ ୩.୪ ଲକ୍ଷ ଟଙ୍କା ଲୁଟି ନେଇଥିବା ହୋଇଛି ଅଭିଯୋଗ । ଦୁବାଇ ଓ ସିଙ୍ଗାପୁରରେ ଅଭିନୟ କରାଇଦେବ ନାଁରେ ମହିଳା କୋରିଓ ଗ୍ରାଫର ଜଣକ ମୋଟା ଅଙ୍କର ଅର୍ଥ ନେଇ ଠକି ଦେଇଛନ୍ତି । ଠକାମୀର ଶିକାର ହୋଇଥିବା କଳାକାରେ ମାନେ ଏନେଇ ପୁଲିସ କମିଶନରଙ୍କ ଦ୍ୱାରସ୍ତ ହୋଇଛନ୍ତି ।

ସେମାନଙ୍କ ଅଭିଯୋଗ ଅନୁସାରେ ବାହାରେ ନୃତ୍ୟ ପରିବେଷଣ ସହ ଅଭିନୟ କରାଇବାକୁ କୋରିଓଗ୍ରାଫର ଶେଫାଳିକା ମହାନ୍ତି ସେମାନଙ୍କଠାରୁ ୩.୪ ଲକ୍ଷ ଟଙ୍କା ନେଇଥିଲେ । ଏନେଇ ୨୧ଜଣ ପିଲାଙ୍କୁ ମଧ୍ୟ ମନୋନୀତ କରାଯାଇଥିଲା । ଏକ ନିର୍ଦ୍ଦିଷ୍ଟ ତାରିଖରେ ସେମାନଙ୍କୁ ଦୁବାଇ ଯିବାକୁ ଥିବା ବେଳେ କୋରିଓଗ୍ରାଫର ଧରାଛୁଆଁ ଦେଇନଥିଲେ ।

ଟଙ୍କା ଫେରସ୍ତ ନକରିବାରୁ କୋରିଓଗ୍ରାଫରଙ୍କ ନାଁରେ ପୋଲିସ ଷ୍ଟେସନରେ ସମସ୍ତେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ଯାହାର ବିରୋଧ କରିବା ସହିତ ସମସ୍ତ କଳାକାର ଏକାଠି ହୋଇ ପୁଲିସ କମିଶନରଙ୍କୁ ସାକ୍ଷାତ କରିଛନ୍ତି । ଖୁବଶିଘ୍ର ସେମାନଙ୍କୁ ନ୍ୟାୟ ମିଳିବାକୁ ଅନୁରୋଧ କରିଛନ୍ତି ।

Comments are closed.