Latest Odisha News

BREAKING NEWS

ବର୍ଷା ପାଇଁ ଡ଼ଙ୍ଗର ବୁଢା ପୂଜାର ପରମ୍ପରା

ଟିଟିଲାଗଡ଼ : ବାଜୁଛି ଢୋଲ, ନିଶାନ, ତାଷା । ଆଉ ମୁହୁରିର ତାଳେ ତାଳେ ଗାଁ ଦାଣ୍ଡ ବି ଦୁଲୁକି ଉଠୁଛି । ହାତରେ ଖଣ୍ଡା, ତଳବାର, ଧନୁ ତୀର ବି ରହିଛି । ଧୁମ ଧାମ ରେ ବାଦ୍ୟର ତାଳେ ତାଳେ ନାଚ ନାଚି ଆଗକୁ ବଢିଚାଲିଛନ୍ତି । ଏ ଦୃଶ୍ୟ ହେଉଛି ଟିଟିଲାଗଡ଼ ନିକଟ ଶଗଡ଼ଘାଟ ଗ୍ରାମ ପଂଚାୟତର । .ଏମିତି କିଛି ନିଆରା ଭାବେ ଚାଲିଛି ପୂଜା । ଏ ପୂଜା ହେଉଛି ଡ଼ଙ୍ଗର ବୁଢା ପୂଜା । ଆଉ ଟିଟିଲାଗଡ଼ ଅଂଚଳରେ ମରୁଡି ଦେଖା ଦେଇ ଥିବାରୁ ବର୍ଷା ପାଇଁ ଆଦିବାସୀ ମାନେ ଦୀର୍ଘ ୪ କିଲୋମିଟର ପାହାଡ଼ ଉପରେ ଚଢି ଡ଼ଙ୍ଗର ବୁଢାକୁ ପୂଜାର୍ଚନା କରିଥାନ୍ତି । ଏମାନଙ୍କ ବିଶ୍ୱାସ ଯେ ଡ଼ଙ୍ଗର ବୁଢା କୁ ପୂଜା କଲେ ଭଲ ବର୍ଷା ହୁଏ ଏବଂ ଭଲ ଫସଲ ହୁଏ….

ବାବା ଡ଼ଙ୍ଗରବୁଢାକୁ ପୂଜାର୍ଚନା କରିବା ସହ ବୋଦା ବଳି କୁକୁଡ଼ା ବଳି ସହ ଦେଶୀ ରନ୍ଧା ମଦ ଅର୍ପଣ କରାଯିବାର ରହିଛି ପରମ୍ପରା । ପରେ ସେଠାରେ ଦିଆରି ଏବଂ ପୂଜାରୀ ଶରୀର କୁ ଡ଼ଙ୍ଗରବୁଢା ପ୍ରବେଶ କରିଥାନ୍ତି । ଆଉ ବର୍ଷା ହେବ ନା ନାହିଁ ସେ ନେଇ ସୂଚନା ଦେଇ ଥାନ୍ତି। ତେବେ ପ୍ରତିଥର ପୂଜାର୍ଚନା ପରେ ଭୋଲେନାଥ ଶିବ ବାବା ଏବଂ ପାର୍ବତୀଙ୍କୁ ଡ଼ଙ୍ଗର ବୁଢା ବାବା ଭାବରେ ଦିଆରି ଶରୀରରେ ପ୍ରବେଶ କରି ବର୍ଷା ନେଇ ସୂଚନା ଦେଇଥାନ୍ତି । ଯାହାକୁ ସମସ୍ତଙ୍କର ରହିଛି ବିଶ୍ୱାସ ।

Leave A Reply

Your email address will not be published.