Latest Odisha News

BREAKING NEWS

ବକ୍ସିଂରେ ପୂଜା, ତୀରନ୍ଦାଜରେ ଦୀପିକାଙ୍କ କମାଲ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବୁଧବାର ପୁନର୍ବାର ଭାରତୀୟ ମହିଳା ଆଥଲେଟମାନେ ଭଲ ପ୍ରଦର୍ଶନ କରିଛନ୍ତି । ବକ୍ସିଂ ୭୫ କିଲୋଗ୍ରାମ ବିଭାଗରେ ପୂଜା ରାନୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଆଉ ଗୋଟିଏ ମ୍ୟାଚ ଜିତିଲେ ପଦକ ହାସଲ କରିବେ । ସେହିପରି ବ୍ୟାଡମଂଟନରେ ପିଭି ସିନ୍ଧୁ ଓ ତୀରନ୍ଦାଜରେ ଦୀପିକା କୁମାରୀ ସିଙ୍ଗଲ୍ସ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ପୂଜା ଆଲଜେରିଆର ଇଚରାକ ଚାଇବଙ୍କୁ ୫-୦ରେ ପରାସ୍ତ କରିଥିଲେ । ଗତକାଲି ୬୯ କିଗ୍ରା ବିଭାଗରେ ଲଭଲିନା ବୋରଗାହନ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇ ସାରିଛନ୍ତି । ଦୀପିକା ସିଙ୍ଗଲ୍ସ ବିଭାଗରେ ଆମେରିକାର ମୁସିନୋ ଫର୍ଣ୍ଣାଣ୍ଡିଜଙ୍କୁ ୬-୪ରେ ପରାସ୍ତ କରିଥିଲେ ।

ବ୍ୟାଡମିଂଟନ ପୁରୁଷ ସିଙ୍ଗଲ୍ସରେ ବିସାଇ ପ୍ରଣୀଥଙ୍କ ଅଭିଯାନ ଶେଷ ହୋଇଛି । ସେ ନେଦରଲାଣ୍ଡ ମାର୍କ କାଲଜାଉଙ୍କ ନିକଟରୁ ୧୪-୨୧, ୧୪-୨୧ରେ ପରାଜିତ ହୋଇଛନ୍ତି ।

Leave A Reply

Your email address will not be published.