Latest Odisha News

BREAKING NEWS

ଭୋଟର ତାଲିକାରେ ନାଁ ନଥିବାରୁ ଭୋଟବାକ୍ସ ନେଇଗଲେ ଡଙ୍ଗରିଆ

ରାୟଗଡା : ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ । ତୃତୀୟ ପର୍ଯ୍ୟାୟ ମତଦାନରେ କିଛି ସ୍ଥାନରେ ହିଂସା ଘଟିଥିବା ସାମ୍ନାକୁ ଆସିଛି । ଏହାସହ କିଛି ସ୍ଥାନରେ ବୁଥ ରିଗିଂ ଖବର ସାମ୍ନାକୁ ଆସୁଛି । ହେଲେ ରାୟଗଡା କଲ୍ୟାଣସିଂହପୁର ବ୍ଲକ ରାଇଲିମା ବୁଥରେ ଭୋଟ ବାକ୍ସକୁ ଲୁଟି ନେଇଛନ୍ତି ଡଙ୍ଗରିଆ । ଭୋଟ ଦେବାକୁ ଆସିଥିଲେ ଡଙ୍ଗରିଆ । ହେଲେ ଭୋଟର ତାଲିକାରେ ନାଁ ନଥିବାରୁ ଏମାନେ ଭୋଟ ବାକ୍ସ ନେଇ ଯାଇଥିଲେ ।

ଭୋଟର ତାଲିକାରେ ନାଁ ନଥିବାରୁ ପାଟିତୁଣ୍ଡ କରିଥିଲେ ଡଙ୍ଗରିଆ । ରାୟଗଡାର ତଳ ମୁସୁଡି ଓ ଉପର ମୁସୁଡି ଲୋକେ ଭୋଟ ଦେବା ପାଇଁ କେନ୍ଦ୍ରକୁ ଯାଇଥିଲେ । ହେଲେ କଲ୍ୟାଣସିଙ୍ଗପୁର ବ୍ଲକର ସୁନଖଣ୍ଡି ପଞ୍ଚାୟତର ରାଇଲିମା ଭୋଟ କେନ୍ଦ୍ରରେ ପହଞ୍ଚିଲା ବେଳକୁ ସେମାନଙ୍କ ମଧ୍ୟରୁ ୧୨୦ ଜଣ ଭୋଟରଙ୍କ ନାଁ ତାଲିକାରେ ନଥିଲା । ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ଭୋଟ ବାକ୍ସକୁ ଲୁଟି ନେଇଥିଲେ ଡଙ୍ଗରିଆ । ପରେ ଘଟଣାସ୍ଥଳରେ ପୋଲିସ ଓ ତହସିଲଦାର ପହଞ୍ଚି ଉତ୍ୟକ୍ତ ଡଙ୍ଗରିଆଙ୍କୁ ବୁଝାସୁଝା କରିଥିଲା । ପରେ ପ୍ରଶାସନକୁ ଭୋଟ ବାକ୍ସ ଫେରାଇଥିଲେ ଡଙ୍ଗରିଆ ।

Comments are closed, but trackbacks and pingbacks are open.