Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଦୁଇ ଦିନିଆ ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର: ପୁରୀ ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ତାଙ୍କୁ ବିଦାୟ ଜଣାଇଥିଲେ । ଆଜି ପୁରୀରେ ବିଶ୍ବବୈଷ୍ଣବ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି ଅଭିଭାଷଣ ରଖିଥିଲେ । ଶ୍ରୀକ୍ଷେତ୍ରରେ ଆୟୋଜିତ ବିଶ୍ବବୈଷ୍ଣବ ସମ୍ମିଳନୀରେ ସାମିଲ ହୋଇ ବହୁତ ଖୁସି ବୋଲି ରାଷ୍ଟ୍ରପତି କହିଥିଲେ ।

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ମୋ ପାଇଁ ସୌଭାଗ୍ୟ । ସନ୍ଥ ମାନେ କରୋନା ଯୋଦ୍ଧାଙ୍କ ମନୋଭାବକୁ ପ୍ରଶଂସା କରିବା ସହ ବିଶ୍ୱକୁ ମହାମାରୀ କରୋନାରୁ ଶୀଘ୍ର ମୁକ୍ତି ମିଳୁ ବୋଲି କାମନା କରିଥିଲେ ।

ଶ୍ରୀ ଚୈତନ୍ୟଙ୍କ ଆଦର୍ଶରେ ଅନେକ ଭକ୍ତି ମାର୍ଗ ବାଛିଛନ୍ତି । ସବୁ ଧର୍ମର ଲୋକଙ୍କୁ ଶ୍ରୀ ଚୈତନ୍ୟ ପ୍ରଭାବିତ କରିପାରିଥିଲେ । କେବଳ ଦେଶ ନୁହେଁ ବିଦେଶରେ ବି ଶ୍ରୀ ଚୈତନ୍ୟଙ୍କ ଭକ୍ତ ରହିଛନ୍ତି । ସର୍ବଦା ଈଶ୍ୱରଙ୍କୁ ସ୍ମରଣ କରିବା ଦରକାର । ଈଶ୍ୱରଙ୍କ ପ୍ରତି ପୂର୍ଣ୍ଣ ସମର୍ପଣରେ ଜୀବନ ଧନ୍ୟ ହୋଇଥାଏ । ସନ୍ଥମାନେ ଭକ୍ତିମାର୍ଗରେ ପୂରା ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ ।

ହେଲିକପ୍ଟର ଯୋଗେ ରାଜ୍ୟପାଳଙ୍କ ସହ ପୁରୀରୁ ଫେରିବା ପରେ, ଆଜି ଅପରାହ୍ଣରେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ବାହୁଡ଼ିଯାଇଛନ୍ତି ରାଷ୍ଟ୍ରପତି। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ବିଦାୟ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦଙ୍କର ଏହା ଥିଲା ତୃତୀୟ ପୁରୀ ଗସ୍ତ ।

Comments are closed, but trackbacks and pingbacks are open.