Latest Odisha News

BREAKING NEWS

ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ମାଡ଼ ଘଟଣା: ୩୨ ଜଣଙ୍କୁ ଉଠାଇ ନେଲା ପୋଲିସ, ଗାଁ ପୁରୁଷ ଶୂନ୍ୟ

ଯାଜପୁର: ବିଞ୍ଝାରପୁର ବ୍ଲକ୍ ବାଚ୍ଛଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ମାଡ଼ ଘଟଣା । ଆଜି ବାଚ୍ଛଳ ପଞ୍ଚାୟତର ୨ ଓ ୪ ନମ୍ବର ବୁଥରେ କିଛି ଦୁବୃର୍ତ୍ତ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଥିଲେ । ମତଦାନବେଳେ ବାଧା ସୃଷ୍ଟି କରିଥିବାରୁ ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୩୨ ଜଣ ଦୁର୍ବୃତ୍ତଙ୍କୁ ଉଠାଇ ନେଇଛି ପୋଲିସ । ସମସ୍ତଙ୍କୁ ପୋଲିସ ପଚରାଉଚରା କରିବାରୁ ଗାଁରେ କୋକୁଆ ଭୟ ଖେଳିଯାଇଛି । ଏହି ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଥିବା ଜଣାପଡ଼ିଛି ।

ଉକ୍ତ ପଞ୍ଚାୟତରେ କିଛି ଦୁର୍ବୃତ୍ତ ଭୋଟ ବାକ୍ସ ଛଡ଼ାଇ ନେଉଥିଲେ । ସେହି ସମୟରେ ସାମ୍ବାଦିକମାନେ ଚିତ୍ର ଉତ୍ତୋଳନ କରୁଥିବାରୁ ଦୁର୍ବୃତ୍ତମାନେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିଲେ । ସାମ୍ବାଦିକଙ୍କୁ ମାରିବା ସହିତ ଗାଡ଼ି ଉପରକୁ ଟେକା ମାରି ଗାଡ଼ି ଭାଙ୍ଗି ଦେଇଥିଲେ ଦୁବୃର୍ତ୍ତମାନେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକମାନଙ୍କୁ ଉଦ୍ଧାର କରିଥିଲା ।

ଗାଁରେ ପୋଲିସ ପହଞ୍ଚିଲା ବେଳକୁ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗାଁରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ଜଣାପଡ଼ିଛି ।

ଅନ୍ୟପଟେ ଯାଜପୁର, ନୟାଗଡ଼ ଓ କଣାସରେ ପଞ୍ଚାୟତ ନିର୍ବାଚନରେ ଭୋଟ କ୍ୟାପଚରିଂ ବେଳେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗରେ ଆଜି ସମସ୍ତ ଗଣମାଧ୍ୟମର ସମ୍ବାଦକ ଓ ବରିଷ୍ଠ ସାମ୍ବାଦିକମାନେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Comments are closed, but trackbacks and pingbacks are open.