ମୁମ୍ବାଇ: ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ନାମରେ ଦୁବାଇରେ ଏକ ବିଲ୍ଡିଂ ତିଆରି ହେବାକୁ ଯାଉଥିବା ନେଇ ଦୁବାଇର ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀ ଘୋଷଣା କରିଛି। ଏହି ସମ୍ପତ୍ତିର ନାମ “ଶାହ ରୁଖଜ୍ ଦାନୁବେ” ନାମରେ ନାମିତ ହେବ। ଓ ଏହା ସମ୍ମୁଖରେ ଅଭିନେତାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ଯୋଜନା ହୋଇଥିବା ଜଣାପଡ଼ିଛି।
ଏନେଇ ଶାହରୁଖ ନିଜର ଖୁସି ବ୍ୟକ୍ତ କରି କହିଥିଲେ ଯଦି ଆଜି ତାଙ୍କ ମାଆ ଜୀବିତ ଥାନ୍ତେ ତାହେଲେ ସେ ବହୁତ୍ ଖୁସି ହୋଇଥାନ୍ତେ। ତେବେ ଏହା ଏକ ସମ୍ମାନ ଓ ଗର୍ବର ବିଷୟ ବୋଲି ଶାହରୁଖ କହିଛନ୍ତି। ଏଥିସହିତ ପିଲାମାନଙ୍କ ସହ ଯେବେ ସେ ଦୁବାଇ ଯିବେ ଏହି ବିଲଡିଂ ତାଙ୍କ ବାପାଙ୍କର ବୋଲି ଗର୍ବର ସହ କହିବେ। ଯେଉଁମାନେ ଦୁବାଇରେ ନିଜର ନୂଆ ଜୀବନ ଆରମ୍ଭ କରି କିଛି ହାସଲ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁଲଭ ଅବସର ବୋଲି ସେ କହିଛନ୍ତି। ତେବେ ଏହି ଟାୱାରର ମୂଲ୍ୟ ପ୍ରାୟ ୪୦୦୦ କୋଟି ଟଙ୍କା ବୋଲି ଘୋଷଣା କରାଯାଇଛି।
ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଥିଲେ ଯେ ସେ କେବେ ନିଜ ନାମରେ କୌଣସି ଜିନିଷ ନାମକରଣ କରିନାହାନ୍ତି। ଯେପରିକି ତାଙ୍କ କମ୍ପାନୀ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଏବଂ ତାଙ୍କ ଘର ର ନାମ ମନ୍ନତ ରହିଅଛି। କେବଳ ଚଳଚ୍ଚିତ୍ର ରେ ହିଁ ତାଙ୍କର ନାମ ଦେଖାଯାଇଥାଏ କାରଣ ଏହା ତାଙ୍କର କାମ ଏବଂ ସେ ତାଙ୍କ କାମକୁ ବହୁତ୍ ସମ୍ମାନ କରିଥାନ୍ତି।
ତେବେ ଏହି ଟାୱାର ଆଗାମୀ ୩-୪ ବର୍ଷ ମଧ୍ୟରେ ଶେଷ ହେବା ନେଇ ଯୋଜନା ରହିଛି। ଯାହାକି ୧ ନିୟୁତ ବର୍ଗଫୁଟ ପରିବ୍ୟାପ୍ତ ହେବ ବୋଲି ସୂଚନା ମିଳିଛି। ଏଥିରେ ଲୋକମାନଙ୍କ ପାଇଁ ୪୦ରୁ ଅଧିକ ସୁବିଧା ରହିବ। ଯେଉଁଥିରେ ଏକ ମାଗଣା କ୍ଲବ୍, ବାହାର ଲାଉଞ୍ଜ, ଜିମ୍ ଏବଂ ଏକ ହେଲିପ୍ୟାଡ୍ ମଧ୍ୟ ଅନ୍ତର୍ଭୁକ୍ତ ରହିବ।
Comments are closed.