Latest Odisha News

BREAKING NEWS

ନ୍ୟାସନାଲ ପେନସନ୍ ସ୍କିମର ୨୦ ଲକ୍ଷ ଟଙ୍କା ହଡପ କରି ବନ୍ଧା ହେଲେ ବିଇଓ

କନ୍ଧମାଳ: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ । ନ୍ୟାସନାଲ ପେନସନ୍ ସ୍କିମ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦ କରଙ୍କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ । ସ୍କିମର ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରିଥିବା ନେଇ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କରି ଗିରଫ ହୋଇଛନ୍ତି ।

ସେ ଏହି ପେନସନ ଟଙ୍କାକୁ ହଡ଼ପ କରି ସେୟାର ମାର୍କେଟରେ ଲଗାଇଥବା ଜଣାପଡ଼ିଛି । ସରକାରୀ ଅର୍ଥ ହେରଫେର ମାମଲାରେ ରସାନନ୍ଦଙ୍କୁ ଅଧିକ ପଚରାଉଚରା କରିବା ପରେ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ଟିମ୍ ।

ଶିକ୍ଷକଙ୍କ ଅଭିଯୋଗ ପରେ ଭିଜିଲାନ୍ସ ପ୍ରାୟ ଦୀର୍ଘ ଏକ ମାସ ଧରି ରସାନନ୍ଦଙ୍କ ଉପରେ ତୀକ୍ଷ୍ଣ ନଜର ରଖି ଆସିବା ସହ ବିଭିନ୍ନ ପ୍ରମାଣ ଯୋଗାଡ଼ କରିଥିଲା । ଏହାପରେ ମଙ୍ଗଳବାର ତାଙ୍କ ବିରୋଧରେ (୬/୨୪) ରେ ଏକ ମାମଲା ରୁଜୁ କରି ବୁଧବାର ସନ୍ଧ୍ୟାରେ ତାଙ୍କୁ ଉଠାଇ ନେଇଥିଲା ।

ଆଉ ଆଜି ପଚରାଉଚରା ସମୟରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବା ପରେ ବିଇଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ଟିମ୍ ।

Leave A Reply

Your email address will not be published.