Latest Odisha News

BREAKING NEWS

କୁଲଡ଼ିହାରେ ବନ ବିଭାଗର କମ୍ୱିଂ; ୫ ବନ୍ଧୁକ ସହ ୬ ଶିକାରୀ ଗିରଫ

ଭୁବନେଶ୍ୱର: କୁଲଡ଼ିହା ଅଭୟାରଣ୍ୟରେ ବନ ବିଭାଗ ଚଢ଼ାଉ କରି ୬ ଜଣ ଶିକାରୀଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ଠାରୁ  ୫ଟି ବନ୍ଧୁକ ସହ ଶିଙ୍ଗ ଜବତ କରିଛି । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହା ସହ ସେ ଚେତାବନୀ ଦେଇଛନ୍ତି ଶିକାରୀଙ୍କ ବିରୋଧରେ ଚାଲିଥିବା କମ୍ୱିଂ ଅପରେସନ ଆଗକୁ ବି ଜାରି ରହିବ ।

ପୁଲିସ, ବନ ବିଭାଗ ଓ ଏସଟିଏଫ୍ ମିଳିତ ଚଢ଼ଉ କରି  ୬ ଜଣ ଶିକାରୀଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ବାଲେଶ୍ୱର ଜିଲ୍ଲା  ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହେଇଥିଲେ । ବନ କର୍ମଚାରୀ ପାଟ୍ରୋଲିଂ କରିବା ବେଳେ ଶିକାରୀମାନେ ତାଙ୍କ ଉପରକୁ  ଗୁଳିମାଡ଼ କରିଥିଲେ । ଏଥିରେ ୩ ଜଣ ବନ କର୍ମଚାରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଏହା ପରେ ବନ ବିଭାଗ  କଡ଼ା ଆଭିମୁଖ୍ୟ ଗ୍ରହଣ କରି  ଲଗାତାର କମ୍ୱିଂ ଅପରେସନ ଜାରି ରଖିଛି।

Leave A Reply

Your email address will not be published.