Latest Odisha News

BREAKING NEWS

ଶୀତରେ ଥରୁଛି ଦାରିଙ୍ଗିବାଡ଼ି: ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିୟସ୍ ରେକର୍ଡ

ଦାରିଙ୍ଗିବାଡ଼ି: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଦକ୍ଷିଣ ଓଡ଼ିଶାରେ ବେଶୀ ଥଣ୍ଡା ଅନୁଭୂତ ହେଉଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ଜାଡ଼ ହାଡ଼ ଭାଙ୍ଗୁଛି । ସର୍ବନିମ୍ନ ତାପମାତ୍ରା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଯାହାକି ଚଳିତ ସିଜିନରେ ସବୁଠୁ କମ୍ ।

ଗତକାଲି ଦାରିଙ୍ଗିବାଡ଼ିରେ ପାରଦ ୮.୫ ଡିଗ୍ରୀ ସେଲସିୟସ୍ ଥିଲା । ଦିନକରେ ତାପମାତ୍ରା ପାଖାପାଖି ୪ ଡିଗ୍ରୀ ଖସିଛି । ସାରା ଦିନ ଥଣ୍ଡାର ପ୍ରକୋପ ରହୁଛି । ସନ୍ଧ୍ୟା ହେଲେ ବଢୁଛି ଶୀତ । ଘରୁ ବାହାରିବା ମୁସ୍କିଲ ।

ସକାଳୁ ସକାଳୁ ଘନ କୁହୁଡ଼ିର ଚାଦର ତଳେ ଘୋଡେଇ ହୋଇ ପଡୁଛି ଦାରିଙ୍ଗିବାଡ଼ି । କିଛି ସ୍ଥାନରେ ହାଲକା ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି । ଶୀତଦିନରେ ଦାରିଙ୍ଗିବାଡ଼ିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ୟ୍ୟଟକଙ୍କ ଭିଡ଼ ହେଉଛି ।

୧୩ ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ରେକର୍ଡ କରାଯାଇଛି । ଦାରିଙ୍ଗବାଡି ୪.୦, ଝାରସୁଗୁଡାରେ ୫.୬, ଫୁଲବାଣୀ ୬.୫, ସୋନପୁରରେ ୬.୯ ଓ କେନ୍ଦୁଝର ସର୍ବନିମ୍ନ ତାପମାତ୍ରା ୭.୪ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ରାଜ୍ୟରେ ଆଉ ୩-୪ ଦିନ ଶୀତରୁ ନିସ୍ତାର ନାହିଁ ବୋଲି କହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.