Latest Odisha News

BREAKING NEWS

ଆହୁରି ବଢ଼ିବ ଶୀତ, ଦୁଇ ଦିନରେ ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବ

ଭୁବନେଶ୍ୱର: ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଆହୁରି ୪ଦିନ ଯାଏଁ ରାଜ୍ୟରେ ଶୀତ ଅନୁଭୂତ ହେବ । ତାପମାତ୍ରା ୩ଡ଼ିଗ୍ରୀ ପର୍ଯ୍ୟନ୍ତ ଖସିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହରଭାବେ ଜଣାଯାଇଥିଲା ।

ଗତକାଲି ୯ଟି ସ୍ଥାନରେ ୧୨ଡ଼ିଗ୍ରୀ ତଳେ ଥିଲା ରାତି ତାପମାତ୍ରା । ୮.୫ଡ଼ିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ରହିଥିଲା । ପ୍ରବଳ ଶୀତ ଯୋଗୁଁ ଲୋକଙ୍କ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ସକାଳୁ ସକାଳୁ ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ରାସ୍ତାରେ ଯିବା ଆସିବା ଅସୁବିଧା ହେଉଛି । ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୧୫.୧ ଡ଼ିଗ୍ରୀ ଓ କଟକରେ ୧୫ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ଼ ହୋଇଛି ।

ଉପକୂଳରୁ ଆଭ୍ୟନ୍ତର ସବୁଠୁ କୋହଲା ପବନ ସହ ପାରଦ ତଳମୁହାଁ ହେଉଛି । ଆସନ୍ତା ୨ଦିନରେ ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ସମ୍ଭାବନା ରହିଛି । ଯାହାଫଳରେ ଶୀତ ପ୍ରବାହ ଜାରି ରହିବ ।

Leave A Reply

Your email address will not be published.