Latest Odisha News

BREAKING NEWS

ଦାଶରଥି ଦାସଙ୍କ ସମେତ ୪ଜଣ ଓଡିଆ ଲେଖକଙ୍କୁ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’

ଭୁବନେଶ୍ୱର : ଓଡିଶାର ୪ଜଣ ବିଶିଷ୍ଟ ସାହିତ୍ୟିକଙ୍କୁ ୨୦୧୮ ଲାଗି ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ଘୋଷଣା କରାଯାଇଛି ।

ପ୍ରଖ୍ୟାତ ସାହିତ୍ୟିକ ଡ.ଦାଶରଥି ଦାସ ତାଙ୍କର ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ୨୦୧୮ ମନୋନୀତ ହୋଇଛନ୍ତି । ସେହିପରି ଡ.ଗଗନେନ୍ଦ୍ର ନାଥ ଦାଶଙ୍କୁ ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ପ୍ରଦାନ ଲାଗି ଚୟନ କରାଯାଇଛି ।

ଆହୁରି ମଧ୍ୟ ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାଗଙ୍କୁ କୋଶଳି-ସମ୍ବଲପୁରୀ ଭାଷା ସମ୍ମାନ ପ୍ରଦାନ ପାଇଁ ଘୋଷଣା କରାଯାଇଛି ।

ଏହି ସମ୍ମାନ ୧୯୪୮ ମସହାରୁ ପ୍ରଦାନ କରାଯାଇ ଆସୁଅଛି ଏବଂ ଏଥିରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ । ପ୍ରତିବର୍ଷ ଏହି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଶିଷ୍ଟ ଲେଖକମାନଙ୍କୁ ସେମାନଙ୍କର ସାରସ୍ୱତ ସାଧନା ଲାଗି ପୁରସ୍କୃତ କରାଯାଇଥାଏ ।

Leave A Reply

Your email address will not be published.