Latest Odisha News

BREAKING NEWS

କଟକ ଠାରେ ‘ବର୍ଜ୍ୟଜଳ ବିଶୋଧନାଗାର’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ : କଟକ ସ୍ଥିତ ସିଡିଏ-୧ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅତ୍ୟାଧୁନିକ ‘ବର୍ଜ୍ୟଜଳ ବିଶୋଧନାଗାର’ର ଉଦଘାଟନ କରିଛନ୍ତି ।

‘ଆମ ସହର ଆମ ଉନ୍ନତି’ କାର୍ଯ୍ୟକ୍ରମର ଏହା ଏକ ପ୍ରକଳ୍ପ ।

ମିଳିଥିବା ସୂଚନା ଅନୁଯାୟୀ ‘ଆମ ସହର ଆମ ଉନ୍ନତି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପ୍ଲାଣ୍ଟ ପାଇଁ ୧୧୦କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ଏହି ପ୍ଲାଣ୍ଟ କଟକ ସିଡିଏଠାରେ ଦୈନିକ ୩କୋଟି ୬୦ଲକ୍ଷ ଲିଟର ବର୍ଜ୍ୟଜଳ ବିଶୋଧନ କରିବାର କ୍ଷମତା ବହନ କରୁଛି ।

ଜାଇକା ପ୍ରକଳ୍ପ ଅନ୍ତର୍ଗତ ସହରରେ ୨୭୫ କିମିରୁ ଅଧିକ ଦୈର୍ଘ୍ୟର ବର୍ଜ୍ୟଜଳ ବିଶୋଧନାଗାର ପାଇପ ଲାଇନ୍ ବିଛା ଯାଇଛି । ସେହିପରି କଟକ ପୋଲିସ କଲୋନୀରେ ଘ ଣ୍ଟା ପ୍ରତି ୭୨ଲକ୍ଷ ଲିଟର ନିଷ୍କାସନ କ୍ଷମତା ବିଶିଷ୍ଟ ଡ୍ରେନେଜ୍ ପମ୍ପିଙ୍ଗ୍ ଷ୍ଟେସନରେ ନିର୍ମାଣ କାର‌୍ୟ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯାଇଛି ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନରାଜରେ ମୌଲାନା ଆଜାଦ୍ ନାମକ ଏକ ଉର୍ଦ୍ଦୁ ୟୁନିଭରସିଟିର ଶିଳାନ୍ୟାସ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ବିଶ୍ୱବିଦ୍ୟାଳୟରେ ପଲିଟେକନିକ୍ ଓ ଆଇଟି କୋର୍ସ ପାଠ୍ୟକ୍ରମ ପ୍ରଦାନ କରାଯିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.