ଭୁବନେଶ୍ବର: ରାତି ପାହିଲେ ରାଜ୍ୟସଭା ନିର୍ବାଚନ । ହେଲେ ଏହା ପୂର୍ବରୁ ଦାଶରଥୀ ଗମାଙ୍ଗ ଧରା ଛୁଆଁ ଦେଉନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କଂଗ୍ରେସ । କିନ୍ତୁ ସେ ହାଜର ନହେବାରୁ ତାଙ୍କୁ ନୂଆ ଡେଡ୍ଲାଇନ୍ ଦେଇଛି ଦଳ । ସୋମବାର ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ରହିଛି ।
ସଭ୍ୟପଦ ଋଦ୍ଦ ଚେତାବନୀ ସହ ଓଡ଼ିଶା ପିସିସି ପକ୍ଷରୁ ଚିଠି କରାଯାଇଛି । ଦଳୀୟ ଶୃଙ୍ଖଳା ଅବମାନନା ନେଇ ପୂର୍ବରୁ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ସୋ’ କଜ୍ ନୋଟିସ୍ ଜାରି କରିଥିଲା ପିସିସି ଶୃଙ୍ଖଳା କମିଟି । ରବିବାର ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ପ୍ରଥମ ଡେଡ୍ଲାଇନ୍ ସରିଛି । ଯାହାକୁ ନେଇ ପୁଣି ଥରେ ତାଙ୍କୁ ନୋଟିସ୍ ଜାରି କରାଯାଇଛି ।
ସେପଟେ, ନିର୍ବାଚନ ପୂର୍ବରୁ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ବେଙ୍ଗାଲୁରୁରେ କ୍ୟାମ୍ପ ପକାଇଥିବା କଂଗ୍ରେସର ୮ ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରାଯାଉଥିଲା । ଏପରିକି ଏହି ମିଶନରେ ଥିବା ଦୁଇ ଜଣଙ୍କୁ କଂଗ୍ରେସ ଅଟକ ରଖିଥିବା ଅଭିଯୋଗ କରିଛି ।