ପୁରୀ : ଆସନ୍ତା ୧୭ ତାରିଖରେ ତିନି ରଥର ଦକ୍ଷିଣି ମୋଡ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନି ରଥର ହେଲା ଯାଞ୍ଚ । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ । ତିନି ରଥରେ ରହିଛି ସାମାନ୍ୟ ଫାଟ । ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ ରହିଛି ସାମାନ୍ୟ ଫାଟ । ସେହିଭଳି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ରହିଛି ଫାଟ । ତିନି ରଥରେ ସାମାନ୍ୟ ଫାଟକୁ
ମରାମତି କରାଯାଉଛି । ଦଶ ମହାରଣା ଛଅ ଜଣ ଭୋଇ ସେବକ ଓ ତିନିଜଣ କମାର ସେବକ କରୁଛନ୍ତି ମରାମତି ପୂର୍ବତଟ ରେଳବାଇର ଟେକ୍ନିକାଲ ଟିମ୍ କ୍ଷତିଗ୍ରସ୍ତ ଅଂଶକୁ ଜଗ ଲଗାଇ ଟେକି ଧରିବା ଯୋଗୁଁ ମରାମତି ତ୍ୱରିତ ସହ ସହଜ ହୋଇପାରିଛି।
Comments are closed.