Latest Odisha News

BREAKING NEWS

୩୮ମିଲିୟନ ମାଇକ୍ରୋସଫ୍ଟ ୟୁଜର୍ସଙ୍କ ଲିକ୍ ହେଲା ଡାଟା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ଏକ ଆପ ବିଲ୍ଡିଂ ଟୁଲର ଡିଫଲ୍ଟ ସେଟିଂ ଯୋଗୁ ୩୮ ମିଲିୟନ ୟୁଜର୍ସଙ୍କ ଡାଟା ଲିକ ହୋଇଛି । ସିକ୍ୟୁରିଟି ଫର୍ମ ଅପଗାର୍ଡ ଏହା ପ୍ରକାଶ କରିଛି । ୟୁଜରଙ୍କ ଡାଟା ମାଇକ୍ରୋସଫ୍ଟ ସର୍ଭିସ ଷ୍ଟୋରରେ ଭୁଲରେ ରହିବା ଯୋଗୁ ଏହା ଲିକ୍ ହୋଇ ଯାଇଥିଲା । ପାୱାର ଆପ୍ସ ଟୁଲ ୱେବସାଇଟ ଓ ମୋବାଇଲ ଆପ ଦ୍ୱାରା କମ୍ପାନୀ ଲୋକଙ୍କ ସିଧା କଥାବାର୍ତା କରିବାକୁ ଅନୁମତି ଦେଇଥାଏ ।

ଏମଏସର ଏହି ଭୁଲ ଯୋଗୁ ଆମେରିକାର ସରକାରୀ ସଂସ୍ଥା ଓ ଅନ୍ୟ ୪୭ ସଂଗଠନର ଡାଟା ସମ୍ପୂର୍ଣ୍ଣ ଭାବେ ଲିକ୍ ହୋଇ ଯାଇଥିଲା । ଅବଶ୍ୟ ମାଇକ୍ରୋସଫ୍ଟ କମ ସମୟ ମଧ୍ୟରେ ଡାଟାକୁ ସୁରକ୍ଷିତ ରଖିବାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲା ।

Leave A Reply

Your email address will not be published.