Latest Odisha News

BREAKING NEWS

୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଚଳିତ ବର୍ଷ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଛି । ଏନେଇ ଆଜି ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ତାରିଖ ଘୋଷଣା କରିସାରିଛନ୍ତି । ତାମିଲନାଡୁ, ଆସାମ, କେରଳ, ପଡୁଚେରୀ, ପଶ୍ଚିମବଙ୍ଗ ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି ।

କେବଳ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ୪ ଟିରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ । ଆସାମରେ ଓ କେରଳରେ ୯ ଏପ୍ରିଲ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ । ଏପ୍ରିଲ ୨୩ ଓ ୨୯ରେ ହେବ ନିର୍ବାଚନ ।

ସେହିପରି, ତାମିଲନାଡୁରେ ୨୩ ଏପ୍ରିଲରେ ଗୋଟିଏ ପର୍ଯ୍ୟାୟରେ ହେବ । ପଡୁଚେରୀରେ ଏପ୍ରିଲ ୯ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ । ମେ ୪ ତାରିଖରେ ଭୋଟ ଗଣିତ ହେବ ବୋଲି ଘୋଷଣା ହୋଇଛି ।

Leave A Reply

Your email address will not be published.