Latest Odisha News

BREAKING NEWS

[ଭିଡ଼ିଓ] ରହସ୍ୟମୟ ଦେବଗିରି ଦୁର୍ଗ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଭାରତ ଇତିହାସରେ ବେଶ ଗୁରୁତ୍ୱପୁର୍ଣ୍ଣ । ଏବେ ବି ରାଜାରାଜୁଡା ଅମଳର ଇତିହାସ ବହନ କରୁଛି । ଶହ ଶହ ବର୍ଷ ଧରି ମୁକ ସାକ୍ଷୀ ପାଲଟିଛି ବିଭିନ୍ନ ଦୁର୍ଗ । ସେହି ଦୁର୍ଗ ମଧ୍ୟରୁ ସବୁଠୁ ଏକ ଶକ୍ତିଶାଳୀ ଦୁର୍ଗ ହେଉଛି ଦେବଗିରି ଦୁର୍ଗ । ମହାରାଷ୍ଟ୍ର ଔରଙ୍ଗାବାଦରେ ରହିଛି ବହୁ ପ୍ରାଚୀନ ଦେବଗିରି ଦୁର୍ଗ । ସାମରିକ ସ୍ଥିତି ପାଇଁ ବେଶ୍ ମହତ୍ତ୍ୱପୁର୍ଣ୍ଣ । ଏନେଇ ରହିଛି ପୁରୁଣା ଇତିହାସ ।

ଦୌଲତାବାଦ ଗାଁରେ ରହିଛି ବହୁ ପୁରୁଣା ଏହି କିଲ୍ଲା। ଯାହାକି ପୂର୍ବରୁ ଦେବଗିରି ନାଁରେ ଥିଲା । ମହାକୋଟ ଦ୍ୱାର ଦେଇ ଭିତରକୁ ଯିବାକୁ ରାସ୍ତା ହୋଇଛି । ତେବେ ଏହା ଏମିତି ଏକ ରହସ୍ୟମୟ କିଲ୍ଲା ଯେଉଁଠି କୌଣସି ଶାସକ କିଲ୍ଲାକୁ ଅକ୍ତିଆର କରିପାରିନଥିଲେ । ବହୁ ବର୍ଷ ହିନ୍ଦୁ ଶାସକ କବଳରେ ଥିବା ବେଳେ ପରେ ପରେ ତୋଗଲକ ମାନଙ୍କ ହାତକୁ ଚାଲିଯାଇଥିଲା । ୧୯୦ମିଟର ଉଚ୍ଚ ହେଉଛି କିଲ୍ଲା।

ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଗ ଚାରିପଟେ ବଡ଼ ବଡ଼ ଘାଇ ରହିଛି । ଆଉ ସବୁଥିରେ ଭରି ପାଣି ରହିଛି। ଚାରିପଟେ ଏହି ସବୁ ପଥର କାଟି କରାଯାଇଛି । ଯାହାକି ଶତ୍ରୁ କବଳରୁ ରକ୍ଷା କରିବାକୁ ତିଆରି ହୋଇଛି । ସେଠାରୁ କିଛି ଦୂରରେ ଅଜନ୍ତା ଏଲୋରା ଗୁମ୍ଫା ରହିଛି ।
ଏଠାରେ ଆକବର ୪ ଥର ଆକ୍ରମଣ କରିଥିଲେ ବି ଅକ୍ତିଆର କରିପାରିନଥିଲେ। ଏହା ଏକ ଉଚ୍ଚ ପାହାଡ ଉପରେ ତିଆରି ହୋଇଥିଲା।

ବହୁ ବର୍ଷ ମୁସଲିମ୍ ଶାସକ କବଳରେ ରହିଥିଲେ ବି ଆଜି ବି ଏହି କିଲାରେ ଦେବୀଙ୍କର ପୂଜା କରାଯାଉଛି । ବହୁ ହିନ୍ଦୁ କ୍ଷତ୍ରିୟ ଏହି ସ୍ଥାନକୁ ଆସୁଛନ୍ତି ପୂଜା କରିବାକୁ । ବହୁତ ମହତ୍ତ୍ୱପୁର୍ଣ୍ଣ ଆଉ ରହସ୍ୟମୟ ହେଉଛି ଏହି କିଲ୍ଲା । ଶହଶହ ବର୍ଷର ପୁରୁଣା କିଲ୍ଲା ଆଉ ଏହି କିଲ୍ଲାରେ ରହିଥିବା ଗୁଢ ରହସ୍ୟ ଆଜି ଯାଏଁ କେହି ବି ଭେଦ କରିପାରିନାହାନ୍ତି ।

Leave A Reply

Your email address will not be published.