Latest Odisha News

BREAKING NEWS

କଣ୍ଟେନର ଓ ପିକ୍‌ ଅପ୍‌ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା; ୧୦ ମୃତ

ଜୟପୁର: ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କଣ୍ଟେନର ଓ ପିକ୍‌ ଅପ୍‌ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୧୦ ମୃତକଙ୍କ ମଧ୍ୟରେ ୩ ମହିଳା ଓ ୭ ଶିଶୁ ଥିବା ସୂଚନା ରହିଛି। ଦୁର୍ଘଟଣାରେ ଆଉ ୨୦ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମନ୍ଦିରରୁ ଦର୍ଶନ ସାରି ଭ୍ୟାନ୍‌ରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।

ସମସ୍ତ ଭକ୍ତ ଖାଟୁଶ୍ୟାମଜୀ ଏବଂ ସାଲାସର ବାଲାଜୀଙ୍କ ଦର୍ଶନ କରି ଘରକୁ ଫେରୁଥିଲେ। ଭାପି ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏକ କଣ୍ଟେନର ସହିତ ପିକ୍ ଅପ୍ ଭ୍ୟାନ ଧକ୍କା ହେବା ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଆହତ ଅନେକ ଲୋକଙ୍କ ଅବସ୍ଥା ଗୁରୁତର, ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସମସ୍ତ ଆହତଙ୍କୁ ଦୌସାରୁ ଜୟପୁରକୁ ସ୍ଥାନାନ୍ତର କରାଯାଇଛି।

Comments are closed.