Latest Odisha News

BREAKING NEWS

ପାକିସ୍ତାନରେ ମଲା ଦାଉଦ୍ ଇବ୍ରାହିମ୍‌ର ପୁତୁରା

ଭୁବନେଶ୍ୱର: ଆତଙ୍କବାଦର ଉତ୍ସ ତଥା ପଳାତକ ଗ୍ୟାଙ୍ଗଷ୍ଟର୍ ଦାଉଦ୍ ଇବ୍ରାହିମ୍‌ର ପୁତୁରା ପାକିସ୍ତାନର କରାଚି ସହରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ୍ୟୁ ପୂର୍ବରୁ ଦାଉଦର ପୁତୁରା ସିରାଜ କାସ୍କର ଗୋଟିଏ ସପ୍ତାହ ପାଇଁ କରାଚି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ହେଲେ ଡାକ୍ତରୀ ଦଳର ଶତଚେଷ୍ଟା ପରେ ବି ସେ ବର୍ତ୍ତିପାରିନଥିଲା ।

ମୁମ୍ବାଇ କ୍ରାଇମ୍ ବ୍ରାଂଚ ରିପୋର୍ଟ ଅନୁଯାୟୀ ୩୮ ବର୍ଷୀୟ ସିରାଜ ଦାଉଦର ବଡ ଭାଇ ସବୀର କାସ୍କରର ପୁଅ । ସିରାଜର ବାପା ସବୀର ଦିନେ ମୁମ୍ବାଇର ଗ୍ୟାଙ୍ଗ ଲିଡର୍ ସାଜିଥିଲା । ହେଲେ ଫେବ୍ରୁଆରୀ ୧୨, ୧୯୮୧ରେ ଗ୍ୟାଙ୍ଗଷ୍ଟର ମନ୍ୟା ସୁର୍ଭେ ହାତରେ ନିହତ ହୋଇଥିଲା ।

ଗୁଇନ୍ଦା ସୁତ୍ରରୁ ଜଣାପଡିଛି କୌଣସି ଗ୍ୟାଙ୍ଗ ୱାର ନୁହେଁ ବରଂ କରୋନାରେ ସଂକ୍ରମିତ ହୋଇ ସିରାଜ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲା । ପରେ ତାକୁ କରାଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ବୁଧବାର ସେ ମୃତ୍ୟୁବରଣ କରିଥିଲା । ମୃତ୍ୟୁ ପୂର୍ବରୁ ସିରାଜ କରାଚିର କ୍ଲିଫଟନ୍ ଅଂଚଳରେ ରହୁଥିଲା ବୋଲି ଜଣାପଡିଛି ।

Leave A Reply

Your email address will not be published.