Latest Odisha News

BREAKING NEWS

ହସ୍ପିଟାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ

କଟକ: ରାଜ୍ୟ ତଥା ଦେଶର ଜଣାଶୁଣା ବ୍ୟକ୍ତିତ୍ୱ ଓ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । କରୋନାଭାଇରସରେ ସଂକ୍ରମିତ ହୋଇଥିବାରୁ ଆଜି ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସମ୍ଭାବ୍ୟ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ।

କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ନିର୍ଦ୍ଦେଶରେ ଶ୍ରୀ ରାଓଙ୍କ ଚିକିତ୍ସା ପାଇଁ ରେଡକ୍ରସ୍ ପାଣ୍ଠି ତରଫରୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଲଗାତାର ନଜର ରଖିଛି । ତେବେ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ଗତକାଲି ଏ ବିଷୟରେ ଆଲୋଚନା ମଧ୍ୟ କରିଥିଲେ । ।

Leave A Reply

Your email address will not be published.