Latest Odisha News

BREAKING NEWS

୪ର୍ଥ ଦିନ ସକାଳ ଅଧିବେଶନ: ସିଆରପିଏଫ୍, ସିଆଇଏସଏଫ୍, ବିଏସଏଫ୍, ମଣିପୁର ବିଜୟୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ଚତୁର୍ଥ ଦିନ ସକାଳ ସମୟରେ ୪ଟି ମ୍ୟାଚ ଖେଳାଯାଇଛି । ଗୁରୁବାର ପ୍ରଥମ ମ୍ୟାଚ୍ ସିଆଇଏସଏଫ ଓ ଏସଏସବି ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ସିଆଇଏସଏଫ୍, ଏସଏସବି ଦଳକୁ ୩-୨ ଗୋଲ ବ୍ୟବଧାନରେ ପରାସ୍ତ କରିଛି । ଦ୍ୱିତୀୟ ମ୍ୟାଚ୍ ବିଏସଏଫ୍ ଓ କେରଳ ପୋଲିସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ବିଏସଏଫ୍, କେରଳ ପୋଲିସ ଦଳକୁ ୬-୦ ଗୋଲ ବ୍ୟବଧାନରେ ହରାଇଛି ।

ସେହିପରି, ସିଆରପିଏଫ୍ ଓ ତାମିଲନାଡୁ ପୋଲିସ ମଧ୍ୟରେ ତୃତୀୟ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ସିଆରପିଏଫ୍, ତାମିଲନାଡୁ ପୋଲିସ ଦଳକୁ ୫-୨ ଗୋଲ ବ୍ୟବଧାନରେ ହରାଇଛି । ଚତୁର୍ଥ ମ୍ୟାଚ୍ ପଶ୍ଚିମବଙ୍ଗ ଓ ମଣିପୁର ପୋଲିସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ମଣିପୁର ପଶ୍ଚିମବଙ୍ଗ ପୋଲିସ ଦଳକୁ ୪-୨ ଗୋଲ ବ୍ୟବଧାନରେ ପରାସ୍ତ କରିଛି ।

ଖେଳ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ, ଡିଆଇଜି (କ୍ରାଇମବ୍ରାଞ୍ଚ) ବାତୁଳା ଗଙ୍ଗାଧର, ରେଳବାଇ (କଟକ) ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ବିଭିନ୍ନ ମ୍ୟାଚ୍ ଗୁଡିକରେ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

Comments are closed.