Latest Odisha News

BREAKING NEWS

ନିଲାମ ହେବ ୫ଶହ ମାଇନିଂ ବ୍ଲକ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପ୍ୟାକେଜର ଆଜି ଚତୁର୍ଥ ପର୍ଯ୍ୟାୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କୋଇଲା କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । କୋଇଲା ପରିବହନ ଭିତ୍ତିଭୂମି ପାଇଁ ୫୦ ହଜାର କୋଟି ଘୋଷଣା ହୋଇଛି ।

ସେ କହିଛନ୍ତି, କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସରଳିକରଣ କରାଯିବ । ଖୋଲା ନିଲାମ ହେବ । ଏହି କ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ କରାଯିବ। ଷ୍ଟେଟ୍ ଅଫ ଦ ଆର୍ଟର ଶୈଳୀ ବ୍ୟବହାର କରାଯିବ। ୫୦୦ ଖଣିର ନିଲାମ କରାଯିବ । ଖଣି କ୍ଷେତ୍ରରେ ନିବେଶ ବୃଦ୍ଧି କରାଯିବ।ଏହାଦ୍ୱାରା ଅଧିକ ଲୋକ ଏକ୍ଷେତ୍ରକୁ ଆସିପାରିବେ। ଆଗକୁ ୫୦ଟି କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ଆଣିବା ବ୍ୟବସ୍ଥା ହେବ। କୋଇଲାକୁ ଗ୍ୟାସ୍‌ରେ ପରିଣତ କରିବାକୁ ପ୍ରୋତ୍ସାହନ ଦିଆଯିବ। ସମୟ ପୂର୍ବରୁ ଉତ୍ତୋଳନ କାର‌୍ୟ୍ୟ ସରିଲେ ପ୍ରୋତ୍ସାହନ ରାଶି ମିଳିବ। ଏଥିସହିତ କୋଇଲା ପରିବହନ ଭିତ୍ତିଭୂମି ପାଇଁ ୫୦ ହଜାର କୋଟି ଖର୍ଚ୍ଚ ହେବା। ଶିଳ୍ପ କାରଖାନାକୁ କଞ୍ଚାମାଲ୍ ଯୋଗାଣ ନେଇ ଯୁଗ୍ମ ନିଲାମୀ ବ୍ୟବସ୍ଥା ହେବ। ମୂଳ ଖଣି ସହ ବିଜୁଳି ଉତ୍ପାଦନ ପାଇଁ ଅବଶ୍ୟକୀୟ ଖଣିଜ ବି ମିଳିପାରିବ। କ୍ୟାପ୍ଟିଭ୍ ଓ ନନ୍ କ୍ୟାପ୍ଟିଭ୍ ଖଣି ଭିତରେ ପ୍ରାର୍ଥକ୍ୟ ରହିବନି।

ଅନେକ ସେକ୍ଟର ପିଲିସି ସରଳୀକରଣ ଆବଶ୍ୟକ କରୁଛନ୍ତି। ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ସଂସ୍କାର ଆଣିବା ଉଚିତ୍ ବୋଲି ଅର୍ଥମନ୍ତ୍ରୀ ନିର୍ଣଳା ସୀତାରମଣ କହିଛନ୍ତି । ଡିବିଟି, ଜିଏସ୍‌ଟି, ବ୍ୟାଙ୍କ ସଂସ୍କାର ଆଦି ବଡ଼ ବଡ଼ ପଦକ୍ଷେପ ନିଆଯାଇଛି ବୋଲି କହିଲେ ଅର୍ଥମନ୍ତ୍ରୀ କହିଛନ୍ତି । ବିଭିନ୍ନ ସେକ୍ଟର ଏବେ ବିଭିନ୍ନ ଚାଲେଂଜର ସାମ୍ନା କରୁଛି, ଉକ୍ତ ସେକ୍ଟରଗୁଡ଼ିକୁ ସମୃଦ୍ଧ କରିବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.