Latest Odisha News

BREAKING NEWS

ପ୍ରତିରକ୍ଷା ସାମଗ୍ରୀରେ ମେକ୍‌-ଇନ୍‌-ଇଣ୍ଡିଆକୁ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ବିଶେଷ ଦୃଷ୍ଟି ଦିଆଯିବ । ଏନେଇ ଆଜି ଚତୁର୍ଥ ପର୍ଯ୍ୟାୟ ଆତ୍ମନିର୍ଭର ଭାରତ ପ୍ୟାକେଜରେ ଘୋଷଣା କରିଛନ୍ତି ଅର୍ଥ ନିର୍ମଳା ସୀତାରମଣ । ପ୍ରତିରକ୍ଷା ସାମଗ୍ରୀରେ ମେକ୍‌-ଇନ୍‌-ଇଣ୍ଡିଆକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।

ପ୍ରତିରକ୍ଷା ସାମଗ୍ରୀ ଆମଦାନୀର ଖର୍ଚ୍ଚକୁ କମ୍ କରିବାକୁ ବେଶେଷ ବ୍ୟବସ୍ଥା ହେବ। କିଛି ଅସ୍ତ୍ରଶସ୍ତ୍ର ଆମଦାନୀ ଉପରେ କଡ଼ା କଟକଣା ଲାଗିବ। ଗୋଳାବାରୁଦ କାରଖାନା ନିଗମୀକରଣ ହେବ, ଘରୋଇକରଣ ହେବନି। ଫଳରେ ଉତ୍ପାଦନର କାର‌୍ୟ୍ୟ ଭଲ ହେବ। ରୋଜଗାର ବଢ଼ିବ। ସେନାକୁ ଭଲ ଅସ୍ତ୍ରଶସ୍ତ୍ର ମିଳିବ। ଆମଦାନୀ ଖର୍ଚ୍ଚ ମଧ୍ୟ କମ୍ ହେବ। ପାରଦର୍ଶିତା ବଢ଼ାଇବା ପାଇଁ ଏହି ପଦକ୍ଷେପ ନିଯାଉଛି। ପ୍ରତିରକ୍ଷା ସାମଗ୍ରୀର ଏଫ୍‌ଡିଆଇକୁ ୪୯% କୁ ୭୪%କୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.