Latest Odisha News

BREAKING NEWS

ବାପା ସାଜିଲା ଶ୍ରବଣ କୁମାର, ଛୁଆକୁ ଭାରାରେ ବୋହି ଚାଲିଲା ୨୫୦ କି.ମି

ବାରିପଦା: ବାପା ସାଜିଲା ଶ୍ରବଣ କୁମାର । ନିଜ ଛୁଆକୁ ଭାରାରେ ବୋହି ଚାଲିଲେ ୨୫୦ କିଲୋମିଟର । ମୟୁରଭଂଜ ଜିଲ୍ଲା ବାରିପଦାରେ ଦେଖିବାକୁ ମିଳିଛି କରୋନାର ଏଭଳି କରୁଣ ଦୃଶ୍ୟ ।

BjdElectrycity

ଗୋଟିଏ ପଟେ ଆସବାବପତ୍ର । ଆଉ ଗୋଟେ ପଟେ ନିଜ ଛୁଆକୁ କାନ୍ଧରେ ବୋହି ୨୫୦ କିଲୋମିଟର ଚାଲି ଚାଲି ମୟୁରଭଂଜରେ ପହଂଚିଛନ୍ତି ମୋରଡା ବ୍ଲକ ବଳଦିଆ ଗାଁର ରୁପାୟ ଟୁଡୁ । ସେ କଟକର ଏକ ଇଟାଭାଟିରେ କାମ କରୁଥିଲେ । ଲକଡାଉନ୍ ଯୋଗୁଁ ଯାତାୟତ ବନ୍ଦ ଥିବାରୁ ସେ ଚାଲିଚାଲି କଟକରୁ ମୟୂରଭଂଜ ଫେରିଛନ୍ତି । ଯାହା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି ।

ଏହା ଜାଣିବା ପରେ ରାଜ୍ୟ କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ବିଡିଓ ଏବଂ ସରପଂଚଙ୍କ ସହାୟତାରେ ଏହି ଅସହାୟ ପରିବାରକୁ ଉଦ୍ଧାର କରାଯାଇଛି । ତାଙ୍କୁ ନିକଟସ୍ଥ ଏକ ସ୍କୁଲରେ ରଖାଯାଇଛି । ଏଥିସହ ୭ ଦିନର ଖାଦ୍ୟ ଏବହ ଆର୍ଥିକ ସହାୟତା ମଧ୍ୟ ଯୋଗଇ ଦିଆଯାଇଛି ।

Leave A Reply

Your email address will not be published.