Latest Odisha News

BREAKING NEWS

ରଣଜୀ ଟ୍ରଫି ଫାଇନାଲ୍: ଅନ୍ତିମ ଦିନର ଖେଳ ଖାଲି ଷ୍ଟାଡିୟମରେ ଖେଳାଯିବ

ରାଜକୋଟ: କରୋନା ଭାଇରସ୍ କାରଣରୁ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ୍ ମ୍ୟାଚର ଅନ୍ତିମ ଦିନର ଖେଳ ଖାଲି ଷ୍ଟାଡିୟମରେ ଖେଳାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଆଡଭାଇଜରୀ ପରେ ବିସିସିଆଇ ଗୁରୁବାର ଏହି ଘୋଷଣା କରିଛି। ବିସିସିଆଇର ଜେନେରାଲ୍ ମ୍ୟାନେଜର୍ ସବା କରିମ୍ କହିଛନ୍ତି, ଅନ୍ତିମ ଦିବସରେ ଦର୍ଶକଙ୍କୁ ଷ୍ଟାଡିୟମ ଆସିବା ପାଇଁ ଅନୁମତି ମିଳିବ ନାହିଁ ।

କେବଳ ଖେଳାଳି, ମ୍ୟାଚ୍ ଅଫିସିଆଲ୍ସ ଏବଂ ମିଡିଆକୁ ହିଁ ଷ୍ଟାଡିୟମ ପ୍ରବେଶ ପାଇଁ ଅନୁମତି ମିଳିବ। ସୂଚନାଯୋଗ୍ୟ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ସବୁ କ୍ରୀଡ଼ା ମହାସଂଘକୁ ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ଟୁର୍ଣ୍ଣାମେଣ୍ଟରେ ଯେପରି ଦର୍ଶକଙ୍କ ଜନଗହଳି ଦେଖିବାକୁ ନମିଳେ। ଏପରିକି ସବୁ ମ୍ୟାଚ୍ ଗୁଡ଼ିକୁ ବନ୍ଦ କବାଟ ଅର୍ଥାତ୍ ବିନା ଦର୍ଶକରେ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.