Latest Odisha News

ସୁସ୍ଥ କିଡନୀ ଲାଗି ଖାଆନ୍ତୁ ଏହିସବୁ ଖାଦ୍ୟ…

ଭୁବନେଶ୍ୱର: ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରରେ ବିଶ୍ୱ କିଡନୀ ଦିବସ ପାଳିତ କରାଯାଇଥାଏ । ୨୦୦୬ ମସିହାରୁ ଅନ୍ତର୍ଜାତୀୟ କିଡନୀ ସୋସାଇଟି ଓ ଜାତୀୟ କିଡନୀ ସଂସ୍ଥାଙ୍କ ମିଳିତ ଆନୁକୂଲ୍ୟରେ ଏହି ଦିବସ ପାଳନ ହେଉଛି ।

ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ କିଡନୀ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି କିଡନୀ ସ୍ୱାସ୍ଥ୍ୟ ସଂପର୍କରେ ଜାଣିବା, ଚିକିତ୍ସା ଓ ନିରାକରଣ ପ୍ରତି ସଚେତନତା ସୃଷ୍ଟି କରିବା ।

ବିଶ୍ୱ କିଡନୀ ଦିବସ ଅବସରରେ ଜାଣନ୍ତୁ ଏହିସବୁ ସୁଷମ ଖାଦ୍ୟ ସମ୍ପର୍କରେ, ଯାହା ଆପଣଙ୍କ କିଡନୀକୁ ସୁସ୍ଥ ରଖିବାରେ ସହାୟ ହେବ ।

ସ୍ପ୍ରାଉଟ୍‌- ଆପଣ ସୁସ୍ଥ କିଡନୀ ପାଇବାକୁ ଚାହୁଁଥିଲେ ସ୍ପ୍ରାଉଟ୍ ଖାଆନ୍ତୁ । ଏହା କିଡନୀକୁ ପରିଷ୍କାର କରିବା ସହ ଷ୍ଟୋନରୁ ମଧ୍ୟ ମୁକ୍ତି ମିଳିଥାଏ ।

ବନ୍ଧା କୋବି- ଏହା କିଡନୀର କାର୍ଯ୍ୟ ଦକ୍ଷତା ତଥା ଏହାର ସଞ୍‌ଚାଳନ କ୍ଷମତାକୁ ସୁସ୍ଥ ରଖିଥାଏ ।

ସେଓ- ଅଙ୍ଗୁର, ଚେରୀ ଓ ସେଓ କିଡନୀକୁ ସ୍ୱଚ୍ଛ ରଖିବାରେ ସାହାଯ୍ୟ କରିଥାଏ । ସୁସ୍ଥ କିଡନୀ ପାଇଁ ପ୍ରତିଦିନ ଗୋଟିଏ ଲେଖାଏଁ ସେଓ ଖାଇବା ଉଚିତ୍ ।

ଲାଲ୍ ଅଙ୍ଗୁର- ଲାଲ ଅଙ୍ଗୁରରେ ଫ୍ଲୋବିନାଇଡ୍ ରହିଥାଏ । ଯାହା ହୃଦରୋଗ ଓ କିଡନୀ ରୋଗକୁ ଶରୀରରୁ ଦୂରେଇ ରଖିଥାଏ ।

କିଡନୀ ଆଶଙ୍କା ଥିବା ରୋଗୀଙ୍କୁ ବର୍ଷକୁ ଥରେ କିଡନୀ ପରୀକ୍ଷା କରାଇନେବା ଉଚିତ୍ । ଉପଯୁକ୍ତ ଚିକିତ୍ସା ଦ୍ୱାରା କିଡନୀ ରୋଗକୁ ନିୟନ୍ତ୍ରଣ କରାଯାଇପାରେ । କିଡନୀ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ନିୟମିତ ଔଷଧ ସେବନ ସହିତ ସନ୍ତୁଳିତ ଓ ସୁଷମ ଖାଦ୍ୟ ଖାଇବା ଉଚିତ୍ ।

Leave A Reply

Your email address will not be published.