Latest Odisha News

ଭାରତର ଏହି ରେଲୱେ ଷ୍ଟେସନରେ ଟିକେଟ କିଣି ମଧ୍ୟ କେହି କରନ୍ତିନି ଯାତ୍ରା, ଆଶ୍ଚର୍ଯ୍ୟ କରିଦେବ ଏହାର କାହାଣୀ

ଲକ୍ଷ୍ନୌ: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ | ଯାହା ମାଧ୍ୟମରେ କୋଟି କୋଟି ଲୋକ ପ୍ରତ୍ୟକ ଦିନ ଯାତ୍ରା କରନ୍ତି | କିନ୍ତୁ କଣ ଆପଣ ଜାଣନ୍ତି କି, ଭାରତରେ ଏକ ଏପରି ରେଳ ଷ୍ଟେସନ ଅଛି ଯେଉଁଠାରେ ଲୋକମାନେ କେବଳ ଟିକେଟ କିଣନ୍ତି କିନ୍ତୁ ସେଠାରୁ ଟ୍ରେନରେ ଯାତ୍ରା କରନ୍ତି ନାହିଁ | ଆପଣଙ୍କୁ ଏହି ଘଟଣା ଶୁଣିବାକୁ ଟିକେ ଅଜବ ଲାଗୁଥାଇପାରେ କିନ୍ତୁ ଏହା ସତ ଅଟେ । ଏହା ପଛରେ ରହିଛି ଅତ୍ୟନ୍ତ ଦିଲଚସ୍ କାହାଣୀ । ଆସନ୍ତୁ ଜାଣିବା ସେ ବିଷୟରେ…

ଦୟାଲପୁର ରେଳ ଷ୍ଟେସନ

ଏହି ରେଳ ଷ୍ଟେସନର ନାମ ହେଉଛି ଦୟାଲପୁର ରେଳ ଷ୍ଟେସନ । ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅବସ୍ଥିତ ଏହି ଷ୍ଟେସନର କାହାଣୀ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ । ଏହି ଷ୍ଟେସନରେ ଲୋକମାନେ କେବଳ ଟ୍ରେନର ଟିକେଟ୍ କିଣନ୍ତି କିନ୍ତୁ ଏଥିରେ ଯାତ୍ରା କରନ୍ତି ନାହିଁ | ଦୟାଲପୁର ରେଳ ଷ୍ଟେସନର ନିର୍ମାଣ କାର୍ଯ୍ୟ ୧୯୫୪ ମସିହାରେ ଆରମ୍ଭ ହୋଇଥିଲା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଏହାକୁ ତିଆରି କରିବାକୁ ବିଶେଷ ଆଗ୍ରହ ଦେଖାଇଥିଲେ। ପଣ୍ଡିତ ଜବାହରଲାଲ ନେହେରୁ ତତ୍କାଳୀନ ରେଳମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଦୟାଲପୁର ରେଳ ଷ୍ଟେସନ ନିର୍ମାଣରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ।

ରେଳ ଷ୍ଟେସନ ନିର୍ମାଣ ପରେ ଦୟାଲପୁରର ଲୋକଙ୍କ ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସହଜ ହୋଇଗଲା। କିନ୍ତୁ ୨୦୦୬ ରେ ଏହି ରେଳ ଷ୍ଟେସନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଟିକେଟର କମ୍ ବିକ୍ରି ଏହାର କାରଣ ବୋଲି ଦର୍ଶାଇଥିଲା ରେଲୱେ । ରେଳ ଅଧିକାରୀଙ୍କ କହିବାନୁସାରେ, ଯଦି ଏକ ଷ୍ଟେସନ ମୁଖ୍ୟ ରେଳ ଲାଇନରେ ଅବସ୍ଥିତ, ତେବେ ସେଠାରେ ପ୍ରତିଦିନ ଅତି କମରେ ୨୫ ଟିକେଟ୍ ବିକ୍ରି ହେବା ଉଚିତ୍ | କିନ୍ତୁ ଦୟାଲପୁର ଷ୍ଟେସନରେ ଏହା ଘଟୁ ନଥିଲା, ତେଣୁ ଷ୍ଟେସନ ବନ୍ଦ ହୋଇଯାଇଥିଲା |

ରେଳ ଷ୍ଟେସନ ଛଅ ଦଶନ୍ଧି ପୁରୁଣା ହୋଇଥିବାରୁ ଦୟାଲପୁର ଏବଂ ଏହାର ଆଖପାଖ ଗାଁର ଲୋକମାନେ ଏକ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏହାକୁ ଖୋଲିବାକୁ ରେଳବାଇକୁ ନିବେଦନ କରିଥିଲେ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରେଳବାଇ ୨୦୨୨ ରେ ଏହି ଷ୍ଟେସନକୁ ପୁନଃ ଆରମ୍ଭ କରିଛି | ତେବେ ଏହି ଷ୍ଟେସନ କେବଳ ହଲ୍ଟ ରୁପରେ ଖୋଲାଯାଇଛି ଏବଂ ଏଠାରେ କେବଳ ୧-୨ ଟି ଟ୍ରେନ୍ ରହୁଛି । ଏହା ପରେ ସ୍ଥାନୀୟ ଲୋକ ସ୍ଥିର କଲେ ଯେ ଏହି ଷ୍ଟେସନ ବନ୍ଦ ହେବାକୁ ଦିଆଯିବ ନାହିଁ। ତେଣୁ, ଏଠାରେ ଥିବା ଲୋକମାନେ ନିଜ ମଧ୍ୟରେ ଚାନ୍ଦା  ପ୍ରତିଦିନ ଆଦାୟ କରି ସର୍ବନିମ୍ନ ଟିକେଟ୍ ବିକ୍ରିର ଲକ୍ଷ୍ୟ ପୂରଣ କରୁଛନ୍ତି । ଯଦ୍ଵାରା ରେଳବାଇ ପୁଣି ଥରେ ଏହି ଷ୍ଟେସନକୁ ବନ୍ଦ କରିବ ନାହିଁ |

 

Comments are closed.