Latest Odisha News

BREAKING NEWS

ସୁଧୁରୁନି ସ୍ବାସ୍ଥ୍ୟାବସ୍ଥା, ଭୁବନେଶ୍ବର ଘରୋଇ ମେଡିକାଲକୁ ସ୍ଥାନାନ୍ତର ହେଲେ ବିଧାୟକ ଅନନ୍ତ ଦାସ

ଭୁବନେଶ୍ବର: ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାକୁ ସ୍ଥାନାନ୍ତର ହେଲେ ଭୋଗରାଇ ବିଧାୟକ ଅନନ୍ତ ଦାସ । ବୟସ ଅଧିକ କାରଣରୁ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ଗତକାଲି ସନ୍ଧ୍ୟାରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଯାହାଫଳରେ ପରିବାର ଲୋକେ ବାଲେଶ୍ୱର ଫକୀରମୋହନ ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ ।

ସେଠାରେ ବିଧାୟକ ଆଇସିୟୁରେ ଥିଲେ । ହେଲେ ଆଜି ସକାଳୁ ତାଙ୍କ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଅଣାଯାଇଛି । ଏହା ପୂର୍ବରୁ ସେ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ହେଲେ ପୁଣି ତାଙ୍କ ସେ ଅସୁସ୍ଥ ହୋଇପଡିଛନ୍ତି ।

ତେବେ ବିଜେଡିର ଜଣେ ପୁରୁଖା ନେତା ଭାବେ ବେଶ୍‌ ଜଣାଶୁଣା ଅନନ୍ତ ଦାସ । ପୂର୍ବରୁ ନବୀନ ପଟ୍ଟାନୟକଙ୍କ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି । ୨୦୧୯ ନିର୍ବାଚନରେ ମୋଟ ୭୯୭୯୬ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ ।

Leave A Reply

Your email address will not be published.