Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧିହେଲେ ମହାଦେବଙ୍କ ପାର୍ବତୀ, ସାମ୍ନାକୁ ଆସିଲା ବାହାଘରର ଭିଜୁଆଲ

ମୁମ୍ବାଇ: ଦେବୋଁ କେ ଦେବ ମହାଦେବରେ ମାତା ପାର୍ବତୀଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୋନାରିକା ଭଦୋରିଆ ତାଙ୍କ ନୂତନ ଜୀବନରେ ପାଦ ରଖିଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସୋନାରିକା । ସୋନାରିକା ଗତକାଲି ବିକାଶ ପରାଶରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୋସିଆଲ ମିଡିଆରେ ସେମାନଙ୍କ ବିବାହର ପ୍ରଥମ ଝଲକ ଦେଖିବାକୁ ମିଳିଛି ।

ସୋନରିକା ତାଙ୍କ ବିବାହରେ ଏକ ନାଲି ରଙ୍ଗର ଫିସକଟ୍ ଷ୍ଟାଇଲ୍ ଲେହେଙ୍ଗା ପିନ୍ଧିଥିଲେ | ଏହା ସହ ହୀରା ଅଳଙ୍କାର, ଗଭାରେ ଗଜରା ପିନ୍ଧିଥିବା ନଜର ଆସିଛନ୍ତି ସୋନାରିକା । ବହୁତ ହାଲକା ମେକଅପ୍ ସହ ନଜର ଆସିଛନ୍ତି ସୋନାରିକା । ଅଭିନେତ୍ରୀ ଜଣଙ୍କ ତାଙ୍କ ବିବାହ ଲୁକରେ ବହୁତ ସୁନ୍ଦର ଲାଗୁଛନ୍ତି । ପ୍ରଶଂସକମାନେ ମଧ୍ୟ ତାଙ୍କ ଲୁକକୁ ବହୁତ ପସନ୍ଦ କରୁଛନ୍ତି |

ସୋନାରିକାଙ୍କ ବିବାହର ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ଏକ ଭିଡିଓରେ ସୋନାରିକା ବରମାଳା ପାଇଁ ଏଣ୍ଟ୍ରି ନେଉଥିବାର ନଜର ଆସିଛନ୍ତି। ମଥାରେ ପୁରା ଓଢଣା ଟାଣି ସେ ଷ୍ଟେଜ୍ ଉପରକୁ ଏଣ୍ଟ୍ରି କରିଛନ୍ତି । ସେହିପରି ଦ୍ୱିତୀୟ ଭିଡିଓରେ ସୋନାରିକା ଏବଂ ବିକାଶ ପରସ୍ପରକୁ ବରମାଳା ପିନ୍ଧଉଥିବା ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ ସୋନାରିକା ବହୁତ ଖୁସି ଦେଖାଯାଉଥିଲେ | ବରମାଳା ସମୟରେ ବ୍ୟାକଗ୍ରାଉଣ୍ଡରେ ରାମ ସିୟା ରାମ ଗୀତ ବାଜୁଥିଲା ।

Leave A Reply

Your email address will not be published.