Latest Odisha News

ଚାମ୍ପିଅନ୍ସ ଟ୍ରଫି ଟ୍ରେନିଂ କ୍ୟାମ୍ପ ଛାଡିଲେ ଟିମ୍ ଇଣ୍ଡିଆର ଏହି ସଦସ୍ୟ…

ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଛି ବଡ ଝଟକା । ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମୋର୍ନ ମାର୍କେଲ ଭାରତୀୟ ଦଳରେ ବୋଲିଂ ପ୍ରଶିକ୍ଷକଙ୍କ ଦାୟିତ୍ବ ତୁଲାଉଛନ୍ତି । ତେବେ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ମାତ୍ର ଦୁଇ ଦିନ ପୂର୍ବରୁ ସେ ସୋମବାର (୧୭ ଫେବୃଆରୀ) କୋଚ ମୋର୍ନ ମାର୍କେଲ ଦୁବାଇରେ ଟ୍ରେନିଂ କ୍ୟାମ୍ପ ଛାଡି ସ୍ବଦେଶ ଫେରିଯାଇଛନ୍ତି । ସୂଚନାଥାଉକି, ମୋର୍ନ ମାର୍କେଲଙ୍କ ବାପାଙ୍କ ନିଧନ ହୋଇଥିବାରୁ ଦୁବାଇ ଛାଡି ନିଜ ଦେଶକୁ ଫେରିଛନ୍ତି ।

ମାର୍କେଲ ଟିମ୍ ଇଣ୍ଡିଆ ସହିତ ଶନିବାରଦିନ ୧୫ ଫେବୃଆରୀରେ ଦୁବାଇ ଯାଇଥିଲେ । ରବିବାର ଦିନ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ପୂର୍ବରୁ ଟ୍ରେନିଂ ସେସନରେ ସାମିଲ ହୋଇଥିଲେ । ହେଲେ ୧୭ ତାରିଖରେ କରିଥିବା ଟ୍ରେନିଂ ସେସନରେ ବୋଲିଂ କୋଚ ନଜର ଆସିନଥିଲେ । ତେବେ ମାର୍କେଲ ବାପାଙ୍କ ନିଧନ ପରେ ତୁରନ୍ତ ସାଉଥ ଆଫ୍ରିକା ଗସ୍ତ କରିଛନ୍ତି ।

ମାର୍କେଲଙ୍କୁ ଗତ ସେପ୍ଟମ୍ବରରେ ଟିମ୍ ଇଣ୍ଡିଆର ବୋଲିଂ କୋଚ ଦାୟିତ୍ବ ମିଳିଥିଲା ।

ସୂଚନାଥାଉକି, ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରେ ଆରମ୍ଭ ହେବ, ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ୨୦ ଫେବୃଆରୀରେ ବାଂଲାଦେଶ ବିପକ୍ଷରେ ଖେଳିବ । ଦ୍ୱିତୀୟ ମ୍ୟାଚ୍ ୨୩ ଫେବୃଆରୀରେ ପାକିସ୍ତାନ ବିପକ୍ଷରେ ଖେଳାଯିବ ଏବଂ ତା’ପରେ ଭାରତ ୨ ମାର୍ଚ୍ଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ ।

Comments are closed.