Latest Odisha News

BREAKING NEWS

ନିୟମରେ କିଛିଟା କୋହଳ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଦୁବାଇରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରସ୍ତୁତି କରୁଛି । ଫେବୃୟାରୀ ୨୦ରେ ବାଂଲାଦେଶ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରେ ବିସିସିଆଇ ଖେଳାଳିମାନଙ୍କ ପାଇଁ କେତୋଟି କଠୋର ନିୟମାବଳୀ ଲାଗୁ କରିଥିଲା । ଏଥିରେ ପରିବାର ସଦସ୍ୟ ଯିବା ଉପରେ କଟକଣା ଲଗାଇଥିଲା । ଏବେ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିବାରୁ ବୋର୍ଡ ଏହି ନିମୟରେ କିଛିଟା କୋହଳ କରିଛି । ନୂତନ ନିୟମ ଅନୁସାରେ ଏବେ ଚାମ୍ପିୟନ୍ସ ଟ୍ରଫିରେ ଖେଳାଳିମାନଙ୍କ ପରିବାର ସଦସ୍ୟଙ୍କୁ ଗୋଟିଏ ମ୍ୟାଚ ପାଇଁ ଅନୁମତି ଦେବା ନେଇ ବିଚାର କରୁଛି ।

ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ ଏ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ, ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ଚାମ୍ପିୟନ୍ସ ଟ୍ରଫିରେ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ଏଥିନେଇ ପିସିବି, ବିସିସିଆଇ ଓ ଆଇସିସି ମଧ୍ୟରେ ବୁଝାମଣା ହୋଇଛି । ବାଂଲାଦେଶ ବିପକ୍ଷ ମୁକାବିଲା ପରେ ଭାରତ ୨୩ରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ।

Comments are closed.