Latest Odisha News

BREAKING NEWS

ବ୍ରିଜ ସ୍ଲାବ ଭୁଶୁଡିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର

ଭୁବନେଶ୍ୱର: କେମିତି ଓ କିଭଳି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲାପଦରଠାରେ ନିର୍ମାଣାଧୀନ ବ୍ରିଜ ଭୁଶୁଡିଲା ? ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବ୍ରିଜ ନିର୍ମାଣ କରୁଥିବା ଠିକାଦାର ଆଶିଷ ବିଶ୍ବାଳ, ଏସଡିଓ ଏବଂ ଜୁନିୟର ଇଞ୍ଜିନିୟରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ପାଇଁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର। ତଦନ୍ତ କରି ତୁରନ୍ତ ଏକ ରିପୋର୍ଟ ଦେବାକୁ କହିଛନ୍ତି।

ସୁନାବେଡ଼ା ଅଧୀକ୍ଷକ ଯନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ସର୍ବୋଚ୍ଚ ଯନ୍ତ୍ରୀ ତଦନ୍ତ ଆରମ୍ଭ କରିବେ। ଆଜି ନିର୍ମାଣାଧୀନ ବ୍ରିଜର ସ୍ଲାବ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ୩ ଶ୍ରମିକ।

Leave A Reply

Your email address will not be published.