Latest Odisha News

BREAKING NEWS

ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଶ୍ରଦ୍ଧାଳୁ, ଜାଣନ୍ତୁ

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ୩ ସେଟ୍ ସ୍ୱର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ ।

ସମ୍ପୃକ୍ତ ଦାତାଙ୍କ ନାମ ପଦ୍ମ ଚରଣ ପାତ୍ର ହୋଇଥିବା ବେଳେ ସେ ଭୁବନେଶ୍ୱରର ବାସିନ୍ଦା । ରବିବାର ଦିନ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ସେ ସପରିବାର ସହ ଏହି ଦାନ କରିଛନ୍ତି ।

ସୂଚନା ଅନୁଯାୟୀ ୩ ହଳ ସୂର୍ଯ୍ୟ-ଚନ୍ଦ୍ରରେ ପ୍ରାୟ ୩୧୯ ଗ୍ରାମ୍ ସୁନା ଓ ୮୨୨ ଗ୍ରାମ୍ ରୂପା ବ୍ୟବହାର ହୋଇଛି ।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀ ୩ ତାରିଖରେ ମଧ୍ୟ ଜଣେ ଶ୍ରଦ୍ଧାଳୁ ୨୧ କେଜି ରୂପା ଦାନ କରିଥିଲେ।

 

Leave A Reply

Your email address will not be published.