Latest Odisha News

BREAKING NEWS

ଏଣିକି ମାତ୍ର ଅଧଘଣ୍ଟାରେ କୋଭିଡ ଟେଷ୍ଟ

ନୂଆଦିଲ୍ଲୀ: ଏଣିକି ମାତ୍ର ଅଧଘଂଟାରେ ହୋଇପାରିବ କରୋନା ଟେଷ୍ଟ । ସେ ବି କମ୍ ଖର୍ଚ୍ଚରେ । ଏଭଳି ଏକ କିଟ୍ ତିଆରି କରିଛି ଟାଟା । ଦେଶର ପ୍ରଥମ ସ୍ୱେଦେଶୀ କୋଭିଡ ସିଆର୍‌ଆଇଏସ୍‌ପିଆର୍ ଟେଷ୍ଟ କିଟ୍ ଫେଲୁଦା’କୁ ଡିସିଜିଆଇର ଅନୁମୋଦନ ମିଳିଛି ।

ଟାଟା ଗ୍ରୁପ୍ ଓ ସିଏସ୍‌ଆଇଆର୍ ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟ କିଟ୍ କମର୍ସିଆଲ୍ ଲଂଚ ପାଇଁ ଅନୁମତି ମିଳିଛି । ଏହା ପାରମ୍ପରିକ ଆର୍‌ଟିପିସିଆର୍ ଟେଷ୍ଟ ଭଳି ସଠିକ୍ ଯାଂଚ କରୁଥିବା ପରୀକ୍ଷାରୁ ଜଣାପଡିଛି । ଏହି କିଟ୍ ଦ୍ୱାରା ଆର୍‌ଟିପିସିଆର୍ ଟେଷ୍ଟର ଏକ ତୃତୀୟାଂଶ ଖର୍ଚ୍ଚରେ କୋଭିଡ ଟେଷ୍ଟ ହୋଇପାରିବ ।

ଏହି କିଟ୍‌ଟି ଦେଖିବାକୁ ଏକ କାଗଜ ଭଳି । ଏହାର କାଗଜ ରଙ୍ଗରୁ କରୋନା ସଂକ୍ରମଣ ସମ୍ପର୍କରେ ଜଣାପଡିବ । ୨୦୨୧ ମେ’ ସୁଦ୍ଧା ଏହି କିଟ୍ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି । ଏହାର ଦାମ୍ ରହିବ ୫ଶହ ଟଙ୍କା । ମାତ୍ର ୩୦ ମିନିଟ୍ ମଧ୍ୟରେ କରୋନା ପଜିଟିଭ ସମ୍ପର୍କରେ ଏହି କିଟ୍ ସୂଚନା ଦେବ । ଲୋକେ ହସ୍ପିଟାଲ ନଯାଇ ଏହି କିଟ୍ ଦ୍ୱାରା ଘରେ ବସି ମଧ୍ୟ କରୋନା ପରୀକ୍ଷା କରିପାରିବେ ।

ଏହି ପରୀକ୍ଷଣର ପ୍ରୟୋଗ ଭବିଷ୍ୟତରେ ଅନ୍ୟ ମହାମାରୀ ପାଇଁ  ଉପଯୋଗ କରାଯାଇପାରିବ । କମ୍ପାନୀ କହିଛି ଯେ, ଟାଟା କ୍ରିସ୍ପର ପରୀକ୍ଷଣ ସିଏଏସ-୯  ପ୍ରୋଟିନର ବ୍ୟବହାର କରୁଥିବା ବିଶ୍ବର ପ୍ରଥମ ଏଭଳି ପରୀକ୍ଷଣ ଯାହା ସଫଳତାପୂର୍ବକ କୋଭିଡ୍-୧୯ ମହାମାରୀ ବ୍ୟାପଉଥିବା ଭାଇରସ୍ ର ଚିହ୍ନଟ କରିପାରେ ।

Leave A Reply

Your email address will not be published.