ନୂଆଦିଲ୍ଲୀ: ବଦଳିଛି ସରକାରୀ ନ୍ୟୁଜ ଚ୍ୟାନେଲ ‘ଡିଡି ନ୍ୟୁଜ’ର ଲୋଗୋ । ପୂର୍ବରୁ ଥିବା ନାଲି ରଙ୍ଗର ଲୋଗୋକୁ ବଦଳାଇ ଗେରୁଆ ରଙ୍ଗର ନୂଆ ଲୋଗୋ ଲଞ୍ଚ କରିଛି ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ । ପ୍ରସାର ଭାରତୀ ଅଧୀନରେ ଥିବା ଡିଡି ନ୍ୟୁଜ୍ ଚ୍ୟାନେଲ୍ ଗେରୁଆ ରଙ୍ଗ ହୋଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ବୟାନବାଜି ।
ଲୋକସଭା ନିର୍ବାଚନ ପୂର୍ବରୁ ଲୋଗୋ ପରିବର୍ତ୍ତନ କରିବାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧି । ଏହା ଆଉ ପ୍ରସାର ଭାରତୀ ହୋଇ ରହିନାହିଁ, ବର୍ତ୍ତମାନ ଏହା ପ୍ରଚାର ଭାରତୀରେ ପରିଣତ ହୋଇଛି ବୋଲି କହିଛନ୍ତି ବିରୋଧି । ଅନ୍ୟପକ୍ଷରେ ପ୍ରସାର ଭାରତୀର ବର୍ତ୍ତମାନର ସିଇଓ ଗୌରବ ଦ୍ୱିବେଦୀ ସମାଲୋଚନାକୁ ଖଣ୍ଡନ କରିଛନ୍ତି। ଲୋଗୋକୁ କମଳା ରଙ୍ଗ କରାଯାଇଛି। ଜି୨୦ ସମ୍ମିଳନୀ ଆୟୋଜନ ପୂର୍ବରୁ ଆମେ ଡିଡି ଇଣ୍ଡିଆର ଲୋଗୋକୁ ବଦଳାଇଥିଲୁ । ଗତ କିଛି ଦଶନ୍ଧି ମଧ୍ୟରେ ଲୋଗୋର ରଙ୍ଗକୁ ଏକାଧିକ ଥର ବଦଳାଯାଇଛି ଏବଂ ବିଭିନ୍ନ ରଙ୍ଗର ମିଶ୍ରଣକୁ ପରୀକ୍ଷାମୂଳକ ଭାବେ ନିଆଯାଇଛି । ଚ୍ୟାନେଲକୁ ଅଲଗା କରିବା ପରିବର୍ତ୍ତନ ଆବଶ୍ୟକ ବୋଲି କହିଛନ୍ତି ଗୌରବ ।
ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ସନ୍ଧ୍ୟାରେ ଡିଡି ନ୍ୟୁଜ୍ ତା’ର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ମେସେଜ୍ ଜାରି କରି ଏହାର ନୂଆ ଲୋଗୋ ପୋଷ୍ଟ କରିଛି । ଡିଡି ନ୍ୟୁଜ ସେୟାର କରିଥିବା ପୋଷ୍ଟରେ ଲେଖିଛି ଯେ, “ଯଦିଓ ଆମର ମୂଲ୍ୟ ସମାନ ରହିଛି, ଆମେ ବର୍ତ୍ତମାନ ଏକ ନୂତନ ଅବତାରରେ ଉପଲବ୍ଧ । ଏକ ଏପରି ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ଯାହା ପୂର୍ବରୁ କେବେ ଦେଖିନଥିବେ ।
Comments are closed.