Latest Odisha News

BREAKING NEWS

‘ଡିଡିଏଲ୍‌ଜେ’ କୁ ୨୫ ବର୍ଷ ପୂର୍ତ୍ତି ଅବସରରେ ନିଜ ଟ୍ୱିଟର୍‌ ନାମ ବଦଳାଇଲେ ଶାହାରୁଖ୍‌ ଓ କାଜୋଲ୍‌

ନୂଆଦିଲ୍ଲୀ: ଭାରତୀୟ ସିନେମା ଇତିହାସରେ ଏମିତି କିଛି ଚଳଚ୍ଚିତ୍ର ଅଛି ଯାହା ବର୍ଷ ବର୍ଷ ଧରି ପ୍ରଶଂସକଙ୍କ ହୃଦୟରେ ସ୍ଥାନ ପାଇପାରିଛି। ସେମିତି ଏକ ଚଳଚ୍ଚିତ୍ର ହେଉଛି ‘ଦିଲ୍‌ୱାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗେ’। ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ୍‌ ଏବଂ କାଜୋଲଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ କିଣି ନେଇଥିଲା। ଏହି ଫିଲ୍ମକୁ ଆଜି ୨୫ ବର୍ଷ ପୂରିଛି।

ଫିଲ୍ମକୁ ୨୫ ବର୍ଷ ପୂରଣ ଅବସରରେ ଶାହରୁଖ ଏବଂ କାଜୋଲ ନିଜ ଟ୍ୱିଟର ହ୍ୟାଣ୍ଡେଲର ନାମ ପରିବର୍ତ୍ତନ କରିଛନ୍ତି। ଶାହାରୁଖ ତାଙ୍କ ଟ୍ୱିଟର ନାମ ରାଜ ମଲହୋତ୍ରା ଏବଂ କାଜୋଲଙ୍କ ତାଙ୍କ ଟ୍ୱିଟରର ନାଁ ପରିବର୍ତ୍ତନ କରି ସିମରନ୍‌ ରଖିଛନ୍ତି।

ଏହା ବ୍ୟତୀତ ଉଭୟ ଫିଲ୍ମ ସହ ଜଡିତ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓ ସେୟାର କରିବାବେଳେ କାଜୋଲ ଲେଖିଥିଲେ – ରାଜ ଏବଂ ସିମରନ୍! ଦୁଇଟି ଲୋକ, ଏବଂ ଗୋଟିଏ ଚଳଚ୍ଚିତ୍ର, ୨୫ ବର୍ଷ ପରେ ବି ଦର୍ଶକଙ୍କ ଭଲପାଇବା ଜାରି ରହିଛି। ଏହାସହିତ ଶାହାରୁଖ ଲେଖିଥିଲେ – ୨୫ ବର୍ଷ !!! ରାଜ ଏବଂ ସିମରନଙ୍କୁ ଭଲପାଇବା ଦେଇଥିବାରୁ ମୁଁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି।

 

Leave A Reply

Your email address will not be published.