ଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବୁଧବାର କରାଯାଇଥିବା ଡିଡିଏମଏ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ ନିୟମ ଭଙ୍ଗ କରିବେ ସେମାନଙ୍କୁ ୫ଶହ ଟଙ୍କା ଜୋରିମାନା ଦେବେ । ଦିଲ୍ଲୀରେ ଏବେ କରୋନା ମାମଲା ବଢୁଥିବା ବେଳେ ମାସ୍କ ପିନ୍ଧିବା ନିଷ୍ପତ୍ତି ନିଆଯାଇଛି ।
ବୁଧବାର କରାଯାଇଥିବା ଡିଡିଏମଏର ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ , ଉପମୁଖ୍ୟମନ୍ତ୍ରୀ ମନସୀ ସିସୋଦ୍ଧିଆ , ରେଭିନ୍ୟୁ ମିନିଷ୍ଟର କୈଳାଶ ଗେହେଲଟ, ଏବଂ ହେଲଥ୍ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏସଓପି ଅନୁସାରେ ଦିଲ୍ଲୀରେ ସ୍କୁଲ ଗୁଡିକ ଚାଲିବ ବୋଲି ନିଷ୍ପୁତ୍ତି ନିଆଯାଇଛି ।
ମାର୍କେଟ ମଧ୍ୟ ଖୋଲା ରହିବ , ସାମାଜିକ ସମାରୋହ କଟକଣାରେ ହେବ, ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବ । କୌଣସି ଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି ।ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ ଏବେ ଦୁଇ ହଜାର ଉପରେ ରହିଛି ।
Comments are closed.